Latest Odisha News

ଆସିଲା ଚାଞ୍ଚଲ୍ୟକର ରିପୋର୍ଟ, ଶାଢୀ ହୋଇପାରେ କ୍ୟାନସରର କାରଣ

ନୂଆଦିଲ୍ଲୀ: ଶାଢୀ ଭାରତୀୟ ମହିଳାଙ୍କ ପରିଧାନ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଅଟେ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟରେ ମହିଳାମାନେ ଶାଢୀ ପିନ୍ଧିଥାନ୍ତି। ତେବେ ଆପଣ କେବେ ଶୁଣିଛନ୍ତି କି ଶାଢୀ ପିନ୍ଧିବା ଦ୍ବାରା ମହିଳାଙ୍କୁ କ୍ୟାନସର ହୋଇପାରେ? ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ ଶାଢୀର ପେଟିକୋଟ୍ ମହିଳାମାନଙ୍କଠାରେ କର୍କଟ ରୋଗ ସୃଷ୍ଟି କରିପାରେ।

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ଯ ସାମ୍ନାକୁ ଆସିଛି। ପେଟିକୋଟ୍ ବାନ୍ଧିବା ପାଇଁ ଆମେ ଡୋରି ବ୍ୟବହାର କରିଥାଉ ଯାହାଦ୍ୱାରା ଚର୍ମରେ ଏକ ଗଣ୍ଠି ବନିଥାଏ ଯାହାକି କର୍କଟ ରୋଗର କାରଣ ପାଲଟିଥାଏ।

ତେବେ ରିପୋର୍ଟ ଅନୁଯାୟୀ, ଜଣେ ୭୦ବର୍ଷ ବୟସ୍କା ମହିଳାଙ୍କ ମତରେ ପେଟିକୋଟକୁ ତାଙ୍କ ଡାହାଣ ପାର୍ଶ୍ୱରେ ଥିବା ହାଡ ମଧ୍ୟରେ ବାନ୍ଧି ରଖୁଥିଲେ ଯାହାଦ୍ୱାରା ତାଙ୍କୁ ଅଲସର ହୋଇଥିଲା। ଏହା ପରେ ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ସେ ଭଲ ହୋଇପାରିନଥିଲେ ଏବଂ ପରେ ସେ କର୍କଟ ରୋଗରେ ପୀଡିତ ବୋଲି ଡାକ୍ତର କହିଥିଲେ। ସେହିଭଳି ଅନ୍ୟ ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ମଧ୍ୟ ସେହି କାରଣ ଯୋଗୁଁ କର୍କଟ ରୋଗ ହୋଇଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯେ ୬୦ବର୍ଷ ବୟସ୍କ ମହିଳାଙ୍କ ଚର୍ମର ରଙ୍ଗ ଏବଂ ଲସିକା ଗ୍ରନ୍ଥି ଫୁଲିଯିବା ହେତୁ କର୍କଟ ରୋଗ ହୋଇଥିଲା। ତେବେ ଏହି ଅଲସରକୁ ମାରଜୋଲିନ୍ କୁହାଯାଏ।  ଡାକ୍ତରଙ୍କ କହିବାନୁସାରେ, ଟାଇଟ ପୋଷାକ ପିନ୍ଧିବା ଦ୍ୱାରା ଚର୍ମ ଉପରେ ଚାପ ସୃଷ୍ଟି ହୋଇଥାଏ, ଯାହାକି କର୍କଟରେ ପରିଣତ ହୁଏ।

ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ଢିଲା ପୋଷାକ ପିନ୍ଧନ୍ତୁ ପେଟିକୋଟ୍ ଡୋରିକୁ ଅଧିକ ଟାଇଟ କିମ୍ବା ଟାଣିକି ବାନ୍ଧନ୍ତୁ ନାହିଁ। ଏହା ବ୍ୟତୀତ ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ କରି ଆମେ କର୍କଟ ରୋଗରୁ ରକ୍ଷା ପାଇପାରିବା।

 

Leave A Reply

Your email address will not be published.