ନୂଆଦିଲ୍ଲୀ: ଆୟୁର୍ବେଦ ଛାତ୍ରଛାତ୍ରୀ ମାନଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ଶୁକ୍ରବାର ଦିନ ସାରା ଦେଶରେ ଡାକ୍ତର ମାନେ ଧର୍ମଘଟକୁ ଓହ୍ଲାଇଛନ୍ତି।
ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ନେତୃତ୍ୱରେ ଏହି ବିରୋଧ ପ୍ରର୍ଦଶନ କରାଯାଉଥିବା ବଳେେ ସମସ୍ତ କ୍ଲିନିକ୍, ଡିସପେନସାରି ଏବଂ ଡାକ୍ତରଖାନା ଗୁଡ଼ିକରେ ଓପିଡି ସେବା ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିଛି। ହେଲେ କେବଳ ଜରୁରୀକାଳୀନ ଏବଂ କୋଭିଡ ସମ୍ବନ୍ଧୀୟ ଚିକିତ୍ସା ସେବା ଜାରି ରହିବ ବୋଲି ସୂଚନା ମିଳିଛି।
ଆଇଏମଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ରାଜନ ଶର୍ମା କହିଛନ୍ତି ଯେ ଆୟୁର୍ବେଦ ଛାତ୍ରଛାତ୍ରୀ ମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ଦେଇ ସରକାର ମିଶ୍ରିତପେଥିକୁ ଜନ୍ମ ଦେଉଛନ୍ତି। ଯାହା ଫଳରେ ଆଗାମୀ ଦିନରେ ଚିକିତ୍ସା ସେବା ବିପଦରେ ପଡିପାରେ। ସରକାର ଏହାକୁ ତୁରନ୍ତ ବନ୍ଦ କରିଦେବା ଉଚିତ୍।
ସେହିପରି ଇଣ୍ଟିଗ୍ରେଟେଡ୍ ମେଡିକାଲ୍ ଆସୋସିଏସନର ସଭାପତି ଡକ୍ଟର ଆର.ପି ପାରାଶର କହିଛନ୍ତି ଯେ ଯେଉଁ ବିରୋଧ ପ୍ରଦର୍ଶନ କରାଯାଉଛି ତାହା ଉପଯୁକ୍ତ ନୁହେଁ। କାହିଁକିନା ଆୟୁର୍ବେଦ ସମଗ୍ର ବିଶ୍ୱକୁ ସର୍ଜରୀ ପ୍ରଦାନ କରିଛି।
ଏବେ ଯଦି ସରକାର ଆୟୁର୍ବେଦିକ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ଦେଉଛନ୍ତି, ତାହେଲେ ଏଥିରେ କ’ଣ ଭୁଲ୍ ଅଛି? ଆୟୁର୍ବେଦ ଚିକିତ୍ସିକଙ୍କର ଏହା ହେଉଛି ଅଧିକାର, ଯାହା ସରକାର ସେମାନଙ୍କୁ ପ୍ରଦାନ କରୁଛନ୍ତି।
Comments are closed.