Latest Odisha News

ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ, ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଏଥର ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର ।ଡାକ୍ତରମାନଙ୍କୁ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା, ପୋଷ୍ଟମୋର୍ଟମ ରିପୋର୍ଟକୁ ପ୍ରାଞ୍ଜଳ ଭାବେ ଲେଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଅନେକ ସମୟରେ ପୋଷ୍ଟମୋର୍ଟମ ରିପୋର୍ଟ ଲେଖିବାବେଳେ ଅଧିକାଂଶ ଡାକ୍ତରଙ୍କ ଅକ୍ଷର ସଠିକ ଭାବେ ପଢି ବୁଝିବା ସମ୍ଭବ ହେଉନଥିଲା। ବହୁ ସଂଖ୍ୟକ ଡାକ୍ତର ଏପରି ଲେଖା ବ୍ୟବହାର କରନ୍ତି ଯାହାକୁ କୌଣସି ସାଧାରଣ ବ୍ୟକ୍ତି ପଢିପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ସମସ୍ତ ସରକାରୀ ତଥା ବେସରକାରୀ ହସ୍ପିଟାଲ, କ୍ଲିନିକ୍ ଏବଂ ମେଡିକାଲ କଲେଜକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଡାକ୍ତରମାନେ ଔଷଧ ନାମ ଲେଖିବାବେଳେ କିମ୍ବା କିଛି ମେଡିକୋ-ଲିଗାଲ୍ ରିପୋର୍ଟ ଲେଖିବା ସମୟରେ ସାଧାରଣ ବ୍ୟକ୍ତି ପଢିପାରିବା ଭଳି ସଠିକ ଢଙ୍ଗରେ ଲେଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ପୋଷ୍ଟମୋର୍ଟମ ରିପୋର୍ଟ ଏବଂ ପ୍ରେସକ୍ରିପସନ୍ ଆଦି ସଠିକ ଭାବରେ ଗୋଲ ଗୋଲ ଅକ୍ଷରରେ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

Comments are closed.