Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ମୂଖ୍ୟ ଡ୍ରରେ ସୁମିତ ନାଗଲ

ମେଲବୋର୍ଣ୍ଣ: ଭାରତର ଷ୍ଟାର ଟେନିସ ଖେଳାଳି ସୁମିତ ନାଗଲ ଅଷ୍ଟ୍ରେଲିଆନ ଓପନର ମୂଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି । କ୍ୱାଲିଫାଇଂ ରାଉଣ୍ଡ ଫାଇନାଲରେ ସେ ସ୍ଲୋଭାକିଆର ଏଲେକ୍ସ ମୋଲକନଙ୍କୁ ୬-୪, ୬-୪ ସେଟରେ ପରାସ୍ତ କରିଥିଲେ । ୨୦୨୧ ପରେ ସେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମର ମୂଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି । ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ ସେ ବିଶ୍ୱର ୩୧ ନମ୍ବର ଖେଳାଳି କାଜକସ୍ତାନର ଆଲେକଜାଣ୍ଡର ବୁବ୍ଲିକଙ୍କୁ ଭେଟିବେ । ନାଗଲ ଏବେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୩୯ତମ ସ୍ଥାନରେ ରହିଛନ୍ତି । ୨୦୧୯ ଓ ୨୦୨୦ରେ ୟୁଏସ ଓପନ ଓ ୨୦୨୧ରେ ଅଷ୍ଟ୍ରେଲିଆନ ଓପନର ମୂଖ୍ୟ ଡ୍ରରେ ନାଗଲ ପ୍ରବେଶ କରିଥିଲେ ।

କ୍ୱାଲିଫାୟର୍ସ ମୁକାବିଲାରେ ସେ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ବି ମ୍ୟାଚରେ ପରାଜିତ ହୋଇ ନ ଥିଲେ । ଆସୋସିଏଶନ ଅଫ ଟେନିସ ପ୍ରଫେଶନାଲର ଦ୍ୱାରା ଆୟୋଜିତ ସମସ୍ତ ର‌୍ୟାଙ୍କିଙ୍ଗ ଟୁର୍ଣ୍ଣାମେଂଟ ପୂର୍ବରୁ କେତେକ ଖେଳାଳିଙ୍କ ପାଇଁ କ୍ୱାଲିଫାୟର ମୁକାବିଲା ଆୟୋଜିତ ହୋଇଥାଏ । ଏଥର ୧୨୮ ଖେଳାଳିଙ୍କ ମଧ୍ୟରୁ ୧୬ଜଣ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.