Latest Odisha News

ରୋଗୀ, ପରିବାର ଲୋକ ଦୁର୍ବବ୍ୟହାର କଲେ ଚିକିତ୍ସା କରିବେନି ଡାକ୍ତର

ନୂଆଦିଲ୍ଲୀ: ରେଜିଷ୍ଟେଡ ମେଡିକାଲ ପ୍ରାକ୍ଟିଶିଟେନର୍ସ ଡାକ୍ତରଙ୍କ ସୁରକ୍ଷା ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆଗକୁ ଯଦି କୌଣସି ରୋଗୀ କିମ୍ବା ଏହାର ପରିବାରବର୍ଗ ଡାକ୍ତରଙ୍କ ପ୍ରତି ଦୁର୍ବବ୍ୟହାର କରନ୍ତି ତେବେ ସେ ସିଧାସଳଖ ଚିକିତ୍ସା କରିପାରିବେ ନାହିଁ ବୋଲି କହିପାରିବେ । ନ୍ୟାଶନାଲ ମେଡିକାଲ କମିଶନ ନିକଟରେ ଅଭିଯୋଗ କରିବା ସହ ରୋଗୀଙ୍କୁ ଅନ୍ୟ ସ୍ଥାନକୁ ଚିକିତ୍ସା ପାଇଁ ପଠାଇ ଦିଆଯିବ । ଏହି ନିୟମ ମେଡିକାଲ କାଉନ୍ସିଲ ଅଫ ଇଣ୍ଡିଆର ମେଡିକାଲ ଏଥିକ୍ସ ୨୦୦୨ର ସ୍ଥାନ ନେବେ । ପ୍ରଥମ ଥର ପାଇଁ ଡାକ୍ତରଙ୍କୁ ଏହି ଭଳି ଅଧିକାର ପ୍ରଦାନ କରାଯାଇଛି । ଏର୍ମଜେନ୍ସି କେସ ବ୍ୟତୀତ ଡାକ୍ତର କେଉଁ ରୋଗୀକୁ ଚିକିତ୍ସା ତାହା ତାଙ୍କ ଉପରେ ନିର୍ଭର କରିବ । ତେବେ ସର୍ବଦା ରୋଗୀଙ୍କୁ ପ୍ରାଥମିକତା ଦେବାକୁ ପଡିବ ।

ଚିକିତ୍ସା ସମ୍ପର୍କୀତ ସମସ୍ତ ତଥ୍ୟ ପରିବାର ଲୋକଙ୍କୁ ବୁଝାଇବାକୁ ପଡିବ । ଏପରିକି ସର୍ଜରୀ ଏବଂ ଅନ୍ୟ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ଭାବେ ଜଣାଇବାକୁ ପଡିବ । ସେହିପରି ମେଡିସିନ କମ୍ପାନୀଙ୍କ ନିକଟରୁ ଡାକ୍ତର କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପହାର, ଯାତ୍ରା ସୁବିଧା, ପରାମର୍ଶ ଶୁକ୍ଲ ଏବଂ ମନୋରଞ୍ଜନର ସୁବିଧା ନେଇପାରିବେ ନାହିଁ । ଡାକ୍ତର ଯଦି ତାଙ୍କ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ ତେବେ ରୋଗୀ ମଧ୍ୟ ଅସନ୍ତୁଷ୍ଟ ହେବେ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।

Comments are closed.