Latest Odisha News

ସ୍ୱାମୀଙ୍କୁ ଡନ୍ ଭୂମିକାରେ ଦେଖି ଖୁସିବ୍ୟକ୍ତ କରିଛନ୍ତି ଦୀପିକା

ମୁମ୍ବାଇ: ଫିଲ୍ମ ‘ଡନ୍‌-୩’କୁ ନେଇ ଅଭିନେତା ରଣବୀର ସିଂ ଖୁବ୍ ଚର୍ଚ୍ଚାରେ ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି । ଏଥିରେ ରଣବୀର ଡନ୍‌? ଭୂମିକାରେ ନଜର ଆସିଛନ୍ତି । ‘ଡନ୍‌-୩’ରେ ରଣବୀରଙ୍କୁ ଦେଖି ଦୀପିକା ପାଦୁକୋନ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

BjdElectrycity

ଏହି ଫିଲ୍ମର ପୂର୍ବ ୨ଟି ପାର୍ଟରେ କେବଳ ଶାହରୁଖ ଖାନ୍ ଥିଲେ । ଏଥର ତାଙ୍କ ସ୍ଥାନ ନେଇଛନ୍ତି ରଣବୀର । ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ଡନ-୩ର ଟିଜର ସେୟାର କରିଛନ୍ତି । ଏଥିରେ ରଣବୀରଙ୍କ ଲୁକ ଦେଖାଯାଇଛି । ଏହି ପୋଷ୍ଟରେ ଦୀପିକା ବୁମ ଷ୍ଟିକର ସେୟାର କରିଛନ୍ତି । ‘ଡନ୍‌-୩’ର ପ୍ରଥମ ଭାଗ ୨୦୦୬ ମସିହାରେ ଆସିଥିଲା । ଏଥିରେ ଶାହାରୁଖ ଖାନ ଡନ୍ ରୂପେ ନଜର ଆସିଥିଲେ । ଏହା ପରେ ଏହାର ଦ୍ୱିତୀୟ ଭାଗ ୨୦୧୧ ମସିହାରେ ଆସିଥିଲା । ବର୍ତ୍ତମାନ ଫରହାନ ୨୦୨୫ରେ ଡନ-୩ ଆଣୁଛନ୍ତି ।

Leave A Reply

Your email address will not be published.