Latest Odisha News

BREAKING NEWS

ଏଠି ଭଗବାନଙ୍କ ସହିତ କୁକୁର ବି ଦେଉଛି ଭକ୍ତଙ୍କୁ ଆଶୀର୍ବାଦ

ନୂଆଦିଲ୍ଲୀ: କୁକୁରକୁ ଏହି ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଆପଣ କେବେ କୁକୁର ଆଶୀର୍ବାଦ ଦେଉଥିବା ଦେଖିଛନ୍ତି କି? ଏହି ସ୍ଥାନ‌ରେ କୁକୁର ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥାଏ।

ମହାରାଷ୍ଟ୍ରର ସିଦ୍ଧବିନାୟକ ମନ୍ଦିରରେ କୁକୁରର ହାତ ହଲାଇ ଭକ୍ତମାନଙ୍କୁ ଆଶୀର୍ବାଦ କରିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ସିଦ୍ଧବିନାୟକ ମନ୍ଦିର ପ୍ରବେଶ ଦ୍ୱାର ବାହାରେ ଏକ କୁକୁର ଏକ ଉଚ୍ଚ ସ୍ତମ୍ଭ ଉପରେ ବସିଛି। ଭକ୍ତମାନେ ମନ୍ଦିରରୁ ବାହାରିବା ମାତ୍ରେ କେହି କେହି କୁକୁର ଆଡକୁ ହାତ ବଢାଉଛନ୍ତି। ଏହା ଦେଖି କୁକୁର ମଧ୍ୟ ହାତ ହଲାଇ କିଛି ପାଉଁଶ ଦେଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛି।

କୁକୁରର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିରରୁ ବାହାରି କୁକୁର ଆଗରେ ନଇଁ ପଡ଼ିଛନ୍ତି। କୁକୁରଟି ତାଙ୍କ ଅଙ୍ଗଭଙ୍ଗୀ ଦ୍ୱାରା ତାଙ୍କୁ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଛି।

ଏହି ଦୁଇଟି ଭିଡିଓ କ୍ଲିପ୍ ଫେସବୁକରେ ସେୟାର ହେବା ପରେ ଏହା ବେଶ୍‌ ଭାଇରାଲ୍‌ ହୋଇଥିଲା। ଏହାକୁ ଏପର୍ଯ୍ୟନ୍ତ ୧.୩ ନିୟୁତରୁ ଅଧିକ ଲୋକ ଦେଖିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେହି କୁକୁର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ ଏବଂ ଆଶୀର୍ବାଦ ଦେବାବେଳେ ସେହି କୁକୁରଟି କେତେ ସୁନ୍ଦର ଦେଖାଯାଉଥିଲା ତାହା ଲେଖିଥିଲେ।

Leave A Reply

Your email address will not be published.