Latest Odisha News

BREAKING NEWS

ତୁତାନଖାମୁନଙ୍କ କବରକୁ ନ ଛୁଇଁବା ପାଇଁ କହିଲେ ସ୍ଥାନୀୟ ବାସିନ୍ଦା, ଭୟଙ୍କର ବିପଦ ଆସିବ

କାଇରୋ: ପ୍ରାଚୀନ ମିଶରର ରହସ୍ୟମୟ ରାଜା ତୁତାନଖମୁନଙ୍କ କବରକୁ ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ପାଇଁ ଯୋଜନା ଚାଲିଛି । ସ୍ଥାନୀୟ ବାସିନ୍ଦା ଏଥିନେଇ ଭୟଭୀତ ହୋଇ ପଡିଛନ୍ତି । ସେମାନେ କହିଛନ୍ତି ୩ ହଜାର ବର୍ଷ ହେବ ସେ ଶୋଇ ରହିଛନ୍ତି । ତାଙ୍କୁ ଉଠାଇଲେ ଭୟଙ୍କର ବିପଦ ମାଡି ଆସିବ ବୋଲି ସେମାନେ ଚେତାଇ ଦେଇଛନ୍ତି । ଏବେ ସ୍ଥାନୀୟ ପ୍ରଶାସନ କାଇରୋରେ ଏକ ବଡ ମ୍ୟୁଜିୟମ ନିର୍ମାଣ କରୁଛନ୍ତି । ଏଥିରେ ମିଶରର ଅନେକ କଳାକୃତି ସ୍ଥାନ ପାଇବ । ଏଥିପାଇଁ ତୁତାନଖମୁନଙ୍କ କବରକୁ ମଧ୍ୟ ରଖାଯିବ ।ଯାହାକୁ ନେଇ ଏହି ଭୟ ସୃଷ୍ଟି ହୋଇଛି ।

ଭୟର କାରଣ: ମିଶରର ଫାରୋଙ୍କ ମଧ୍ୟରେ ତୁତନଖମୁନ ସର୍ବଦା ରହସ୍ୟମୟ ହୋଇ ରହିଛନ୍ତି । ଯେବେ ବି ତାଙ୍କ କବରକୁ କିଏ ହାତ ଦେଇଛି ବା ଖୋଲିବାକୁ ଚେଷ୍ଟା କରିଛି କିଛି ନା କିଛି ବିପଦ ସୃଷ୍ଟି ହୋଇଛି । ପ୍ରଥମ ୬ଜଣ ପ୍ରତ୍ନତତ୍ୱବିତ୍ ଏହି ଦୁଃସାହସ କରିଥିଲେ । କିଛି ଦିନ ମଧ୍ୟରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ଏହି ଭଳ ବଳବତର ରହିଛି ।

Leave A Reply

Your email address will not be published.