Latest Odisha News

BREAKING NEWS

କୁକୁର କରୁଛି କ୍ୟାଟୱାକ୍

କୁକୁର ପାଳିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ସେଥିଲାଗି ନିଜ ସଉକ ଅନୁସାରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁର ବି ରଖିଥାନ୍ତି । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ କୁକୁର କ୍ୟାଟୱାକ୍ କରୁଥିବା ଦେଖିବାକୁ ମିଳିଛ, ଯାହା ଉଭୟ କୁକୁର ଓ ଏହାର ମାଲିକଙ୍କୁ ଚର୍ଚ୍ଚାର ପରିଧିକୁ ଟାଣି ଆଣିଛି ।

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କୁକୁରଟି ମୁଣ୍ଡରେ ନାଲି ସ୍କାର୍ଫ ଏବଂ ଆଖିରେ କଳା ଚଷମା ପିନ୍ଧି ଠିକ୍ ମଡ଼େଲ ପରି ଅଣ୍ଟା ହଲେଇ ହଲେଇ ଚାଲୁଛି । ରାମ୍ପରେ ଯେଭଳି ମଡ଼େଲମାନେ କ୍ୟାଟୱାକ୍ କରନ୍ତି, କୁକୁରଟି ଅବିକଳ ତାହାର ନକଲ କରୁଚି । ତେଣୁ କୁକୁର ଚାଲିବାର ଏଭଳି ଶୈଳୀ ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି । ତେଣୁ ଲୋକେ ବାରମ୍ବାର ଏହି ଭିଡ଼ିଓ ଦେଖୁଛନ୍ତି । ଏହା ହେଉଛି ପ୍ରକୃତ ମଡେଲିଂ ବୋଲି ଅନେକ ମଧ୍ୟ ମତ ରଖିଛନ୍ତି ।

Comments are closed.