Latest Odisha News

[ଭିଡିଓ] ପୋଷା କୁକୁରକୁ ତୀର ମାଡ, ମିଳିଲା ନୂଆ ଜୀବନ !

ମାଲକାନଗିରି: ଜଣେ ମହିଳାଙ୍କ ପୋଷା କୁକୁରକୁ ତୀର ମାଡ । ଶୁଣି ଅବିଶ୍ୱାସ ଲାଗୁଥିଲେ ବି ଏପରି ଏକ ଘଟଣା ମାଲକାନଗିରି ଏମ୍‌.ଭି ୧୭ ନମ୍ବର ଗାଁରେ ଘଟିଛି । ରୀତା ସରକାର ନାମକ ଜଣେ ମହିଳାଙ୍କ ପୋଷା କୁକୁରକୁ କେହି ଅଜଣା ବ୍ୟକ୍ତି ତୀର ମାଡ କରିଥିଲେ । ତେବେ ବହୁ କଷ୍ଟରେ କୁକୁରଟିର ଜୀବନ ବଂଚାଯାଇଥିବା ଜଣାପଡିଛି ।

ତୀରଟି କୁକୁରର ଡାହାଣ ପାଶ୍ୱର୍ ପେଟରେ ପଶିଥିଲା । ଯନ୍ତ୍ରଣାରେ ଛଟପଟ କୁକୁରଟି ସହିନପାରି ତୀରଟିକୁ ବାହାର କରିବାକୁ ଚେଷ୍ଟା କରିଥିଲା । ହେଲେ ତୀରରେ ଲାଗିଥିବା ବାଉଁଶ କଣି ବାହାରିବା ପରିବର୍ତ୍ତେ ପେଟ ଭିତରକୁ ଅଧିକ ପଶିଯାଇଥିଲା । ଏପରିକି କୁକୁରର ପାଟିରେ ମଧ୍ୟ ଆଘାତ ଲାଗିଥିଲା ।

ପୋଷା କୁକୁରର ଜୀବନ ବଂଚାଇବା ଲାଗି ରୀତା ସରକାର ମାଥିଲି ପ୍ରାଣୀ ଚିକିତ୍ସାଳୟରେ ପହଂଚିଥିଲେ । ସେଠାରେ ଡାକ୍ତର ବିକାଶ ଚନ୍ଦ୍ର ସର୍ଦ୍ଦାର କୁକୁରକୁ ତୀର ମାଡ ଘଟଣାକୁ ଏକ ଚାଲେଂଜ ରୂପେ ଗ୍ରହଣ କରିଥିଲେ । କାଳବିଳମ୍ବ ନକରି ଡାକ୍ତର ବିକାଶ ଆରମ୍ଭ କରିଥିଲେ ଅପରେସନ୍ ।

ପୋଷା କୁକୁରର ଜୀବନ ବଂଚାଇବା ମିଶନରେ ସାମିଲ ଥିଲେ ଡାକ୍ତର ବିପଦ ତାରଣ ବିଶ୍ୱାଳ, ଡାକ୍ତର ଶୁଭମ ପରିଡା, ଏଲ୍‌.ଆଇ ସବିତା ମହାପାତ୍ର ଓ କରୁଣାକର ସ୍ୱାଇଁ । ଶେଷରେ ଦୀର୍ଘ ୩ ଘଣ୍ଟାର ଅପରେସନ ପରେ କୁକୁର ପେଟରୁ ତୀର ଓ ପାଟିରୁ ବାଉଁଶ ଖଣ୍ଡ ବାହାରିଥିଲା । କୁକୁରଟିକୁ ଆଣ୍ଟି ବାୟୋଟିକ ସହ ପେନ୍ କିଲର୍ ଇଂଜେକ୍ସନ ଦିଆଯାଇଥିବାବଳେ ଦୁଇ ସପ୍ତାହ ପରେ ଷ୍ଟିଚ୍ ଖୋଲାଯିବ ।

Leave A Reply

Your email address will not be published.