କିଛି ଲୋକ ଦେଶୀ ବ୍ୟବସ୍ଥା଼ କରି ନିଜ ଲକ୍ଷ୍ୟ ହାସଲ କରିବାରେ ଖୁବ୍ ପାରଙ୍ଗମ । ଏହାର ମଧ୍ୟ ଅନେକ ଉଦାହରଣ ଅଛି । କାରଣ ସେମାନେ ଏମିତି କିଛି କରି ବସନ୍ତି, ଯାହା ଶିକ୍ଷିତ ଇଞ୍ଜିନିୟରମାନଙ୍କୁ ମଧ୍ୟ ପଛରେ ପକାଇ ଦିଏ । ସେହି ଉଦ୍ଭାବନଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ବହୁତ ଉପଯୋଗୀ ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏବେ ଜଣେ ବ୍ୟକ୍ତି ନିଜର ଭିନ୍ନ ଓ ଗ୍ରହଣୀୟ ଚିନ୍ତାଧାରା ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି ।
ଆଇପିଏସ୍ ପଙ୍କଜ ଜୈନ ତାଙ୍କ ଟୁଇଟର ଆକାଉଣ୍ଟରେ ଏଭଳି ଏକ ଦୋକାନର ଫଟୋକୁ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ମାରୁତି ୮୦୦ କାରର ଛାତ ଉପରେ ପାନ ଦୋକାନ ଖୋଲିଛନ୍ତି । କେବଳ ସେତିକି ନୁହେଁ କାର ଛାତ ଉପରେ ବସି ପାନ ମଧ୍ୟ ବିକ୍ରି କରୁଛନ୍ତି । ଦୋକାନୀଙ୍କ ଏହି ଧାରଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଫଟୋ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଏହି ଦୋକାନ ବେଶ୍ ପରିଚିତ ହୋଇଯାଇଛି । ଲୋକମାନେ ଏହାକୁ ୍ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ଏଥିସହିତ ବିଭିନ୍ନ ମଜାଳିଆ ମତ ମଧ୍ୟ ରଖିଛନ୍ତି ।
Comments are closed.