Latest Odisha News

BREAKING NEWS

କର୍କଟ ରୋଗର ଶିକାର ହେଲେ ଡ଼ଲି ସୋହି

ମୁମ୍ବାଇ: କର୍କଟ ରୋଗର ଶିକାର ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଡ଼ଲିି ସୋହି । ସେ ଧାରାବାହିକ ‘ଭାବି’ରେ କାମ କରି ଲୋକପ୍ରିୟ ହୋଇଛନ୍ତି । କିଛି ବର୍ଷର ବ୍ୟବଧାନ ପରେ ଧାରାବାହିକ ‘ପରିଣୀତି’ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଡଲି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଆଶୁ କାମନା କରିଛନ୍ତି ।

ବର୍ତ୍ତମାନ ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ ‘ସର୍ଭିକାଲ କ୍ୟାନସର’ରେ ପୀଡିତ । ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ହେଲା ପରି ନୋଟ୍ ଲେଖିଛନ୍ତି । ଏହି ପୋଷ୍ଟରେ ଡଲି ତାଙ୍କ ମୁଣ୍ଡରେ କେଶ ନ ଥିବା ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି । ଡଲି କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ, ‘ଆପଣ ଭଲପାଇବା ଏବଂ ପ୍ରାର୍ଥନା ପଠାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଜୀବନରେ ଉତଥାନ ପତନ ରହିଛି । କିନ୍ତୁ ଯଦି ଲଢ଼ିବାର ସାହସ ଅଛି, ତେବେ ଆପଣଙ୍କର ଯାତ୍ରା ସହଜ ହେବ । ଆପଣ କ’ଣ ବାଛିବେ ଏହା ଆପଣଙ୍କ ଉପରେ ନିର୍ଭର କରେ ।

ନିଜ ଅସୁସ୍ଥତା ବିଷୟରେ ଜଣାଇ ଡଲି ଏକ ସାକ୍ଷାତକାରରେ କହିଛନ୍ତି ଯେ, ୬-୭ ମାସ ପୂର୍ବେ ମୁଁ କିଛି ଲକ୍ଷଣ ଦେଖିଥିଲି । କିନ୍ତୁ ମୁଁ କର୍କଟ ରୋଗର ଶିକାର ହୋଇଛି ବୋଲି ଜାଣି ନଥିଲି । ଲକ୍ଷଣ ଦେଖାଯାଉଥିଲେ ବି ମୁଁ ତାକୁ ଅଣଦେଖା କରିଥିଲି । କିନ୍ତୁ ଯେତେବେଳେ ଯନ୍ତ୍ରଣା ସହିବା କଷ୍ଟକର ହେଲା, ମୁଁ ମୋର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇ କିଛି ପରୀକ୍ଷା କରାଇଥିଲି । ଏହା ପରେ ମୋତେ ‘ସର୍ଭିକାଲ କ୍ୟାନସର’ ହୋଇଥିବା ଜଣାପଡ଼ିଥିଲା ।

Comments are closed.