Latest Odisha News

BREAKING NEWS

ଅସ୍ତରଙ୍ଗ ଓ କୁଜଙ୍ଗରେ ଆରମ୍ଭ ହେଲା ବାର୍ଷିକ ଡଲଫିନ୍ ଗଣନା

ବ୍ରହ୍ମଗିରି/ପାରାଦୀପ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଶନିବାର ଦିନ ଏକାଧାରରେ ବାର୍ଷିକ ଡଲଫିନ୍ ଗଣନା ଆରମ୍ଭ ହୋଇଛି ।

ପୁରୀ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଅସ୍ତରଙ୍ଗ ଉପକୂଳର ଅରଖକୁଦ ତଟବର୍ତ୍ତୀ ସ୍ଥାନରେ ଡଲଫିନ୍ ମୁଣ୍ଡ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଠାରେ ଏହି ଗଣନା କାର୍ଯ୍ୟକୁ ବନବିଭାଗର କର୍ମୀ ତଥା ବନ୍ୟଜୀବ ବିଶେଷଜ୍ଞର ୧୦ଟି ଟିମ୍ ଦ୍ୱାରା ଅନୁଷ୍ଠିତ ହେଉଛି ।

ଜଗତସିଂହପୁର ଜିଲ୍ଲାର ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଏହି ବାର୍ଷିକ ଡଲଫିନ୍ ଗଣନା ଆରମ୍ଭ ହୋଇଥିବା ବେଳେ ମହାନଦୀ ଓ ଦେବୀ ମୁହାଣରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ୨ଟି ଟିମରେ ୮ଜଣ ବନବିଭାଗ କର୍ମଚାରୀ ଓ ବିଶେଷଜ୍ଞ ସାମିଲ ରହିଛନ୍ତି ।

Leave A Reply

Your email address will not be published.