Latest Odisha News

BREAKING NEWS

ଘନ କୁହୁଡି ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ସକାଳୁ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରପ୍ତ ହୋଇଛି ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଘନ କୁହୁଡିର ଆସ୍ତରଣରେ ସବୁଆଡ ଆଚ୍ଛାଦିତ ହୋଇଥିବାରୁ ପ୍ରାୟ ୬ଟି ବିମାନ ଉଡାଣରେ ବିଳମ୍ବ ଘଟିଛି ।

ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ ଇଣ୍ଡିଗୋ ବିମାନର ରୁଟରେ ପରିବର୍ତ୍ତନ କରାଯାଇଥିବା ବେଳେ ଏୟାର ଇଣ୍ଡିଆର ଏଆଇ୦୭୭ ଭୁବନେଶ୍ୱର-ନୂଆଦିଲ୍ଲୀ, ୬ଇ୭୨୬ କୋଲକାତା-ଭୁବନେଶ୍ୱର-ଗୌହାଟୀ ଇଣ୍ଡିଗୋ ବିମାନ, ୬ଇ୧୫୭ ଚେନ୍ନାଇ-ଭୁବନେଶ୍ୱର-ବାଙ୍ଗାଲୁରୁ ଇଣ୍ଡିଗୋ ବିମାନ, ୬ଇ୫୮୩ କୋଚି-ଭୁବନେଶ୍ୱର-କୋଚି ଇଣ୍ଡିଗୋ ବିମାନ ଏବଂ ୬ଇ୩୭୫୫ କୋଲକାତା-ଭୁବନେଶ୍ୱର-ମୁମ୍ବାଇ ଇଣ୍ଡିଗୋ ବିମାନ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଉଡାଣ କରିଛି ।

ଘନ କୁହୁଡି ଫଳରେ ରାସ୍ତା ଭଲଭାବେ ଦୃଶ୍ୟମାନ ହେଉନଥିବାରୁ କିଛି ସ୍ଥାନରେ ସଡକ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ସେହିପରି କଟକରେ ଘନ କୁହୁଡି ଯୋଗୁଁ ୫୦ମି. ରୁ ଅଧିକ ଦୂରକୁ ରାସ୍ତା ଦେଖାଯାଉନଥିବାରୁ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସମୁଦ୍ରରୁ ବୋହୁଥିବା ପବନ ଫଳରେ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳରେ କୁହୁଡି ଆସ୍ତରଣ ଛାଇଯାଇଛି ଓ ଏହା ଆସନ୍ତା ୪୮ ଘଣ୍ଟା ପର‌୍ୟ୍ୟନ୍ତ ଏମିତି କୁହୁଡ଼ି ଜାରି ରହିବ ବୋଲି ଶନିବାର ଦିନ ପାଣିପାଗ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.