Latest Odisha News

BREAKING NEWS

ଭିତରକନିକା ଓ ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା

ବ୍ରହ୍ମପୁର/କେନ୍ଦ୍ରାପଡା/ପାରାଦୀପ: ରାଜ୍ୟରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା । ରବିବାର ଦିନ ଚିଲିକା, ଭିତରକନିକା ଓ କେନ୍ଦ୍ରାପଡା ଜିଲ୍ଲାରେ ବନବିଭାଗ ପକ୍ଷରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି ।

ରିପୋର୍ଟ ଅନୁସାରେ, ସୋମବାର ସକାଳ ପାଖାପାଖି ୬ ଟାରୁ ୧୮ ଟି ଟିମର ୧୩୩ ଜଣ ସଦସ୍ୟ ଏହି ଗଣନା ଆରମ୍ଭ କରିଛନ୍ତି । ଦିନ ୧୨ ଟା ପର୍ଯ୍ୟନ୍ତ ଏହି ଗଣନା ଚାଲିବା ନେଇ ଜଣାପଡିଛି ।

ଶେଷଥର ପାଇଁ ୨୦୧୮ ମସିହାରେ ଡ଼ଲଫିନ ଗଣନା ହୋଇଥିବା ବେଳେ ଚଳିତବର୍ଷ ପୁଣି ଏହା ଆରମ୍ଭ ହୋଇଛି ।

ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ବିଶେଷଜ୍ଞ, ସିଡିଏ କର୍ମଚାରୀ, ‘ଓୟୁଏଟି’ ଛାତ୍ର, ବନ୍ୟପ୍ରାଣୀ ବିଭାଗ ସହିତ ଜଡିତ ଥିବା ବିଭିନ୍ନ ‘ଏନଜିଓ’ର କର୍ମଚାରୀ ଏହି ଗଣନାରେ ସାମିଲ ହୋଇଛନ୍ତି । ‘ଜିପିଏସ’ କମ୍ପାସ ସାହାଯ୍ୟରେ ଏବଂ ବାଇନ-କୁଲାର ଦ୍ଵାରା ଡଲଫିନ ଗଣନା କରାଯିବ । ଗଣନା ସମୟରେ ପର୍ଯ୍ୟଟକମାନଙ୍କୁ ଡଲଫିନ ଦେଖାଯାଉଥିବା ଏରିଆରେ ଚଳ-ପ୍ରଚଳକୁ କିଛି ସମୟ ପାଇଁ ବାରଣ କରାଯାଇଛି ।

ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲାର ୫ଟି ଫରେଷ୍ଟ ରେଞ୍ଜରେ ଏହି ଗଣନା କରାଯାଉଛି । ସେଥିରେ ରହିଛି- ରାଜନଗର, ରାଜକନିକା, ମହାକାଳପଡା, ଗହୀରମଥା ଓ ଭିତରକନିକା ଜାତୀୟ ଉଦ୍ୟାନ ।

ରାଜନଗର ବନ୍ୟପ୍ରାଣୀ ବିଭାଗର ଡିଏଫଓ ରଞ୍ଜନ ଦାସ ଦେଇଥିବା ସୁଚନା ଅନୁଯାୟୀ, ୯ ଟି ଦଳର ୪୦ ଜଣ ସଦସ୍ୟ ଏହି ଗଣନା ଆରମ୍ଭ କରିଛନ୍ତି ।

ଏହାବ୍ୟତିତ ଜଗତସିଂହପୁରର କୁଜଙ୍ଗ ଫରେଷ୍ଟ ରେଞ୍ଜରେ ପ୍ରବାହିତ ମହାନଦୀ ଓ ଦେବୀ ନଦୀ ମୁହାଣ ମଧ୍ୟବର୍ତ୍ତୀ ଅଞ୍ଚଳରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଏହାପୂର୍ବରୁ ମେ’ ମାସରେ ପାରାଦୀପରେ ଏହି ଗଣନା କରାଯାଇଥିଲା ।

Leave A Reply

Your email address will not be published.