Latest Odisha News

BREAKING NEWS

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ କିଛି ଅଜଣା ମୁଖାପିନ୍ଧା ଦୁର୍ବୁତ୍ତମାନେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ, ପ୍ରିତମ ଓ ଉଦିତ ।

ଏନେଇ ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି ଶନିବାର ଟ୍ୱିଟ୍ କରିଥିଲେ ।

ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ପୂର୍ବରୁ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ପ୍ରାୟ ୨୨ ଜଣଙ୍କୁ ଗିରଫ କରିଥିଲା । ସେଥିମଧ୍ୟରେ ୧୬ ଜଣ ନାବାଳକଙ୍କ ସମେତ ଜଣେ ଡିସିପିଙ୍କ ପୁଅ ମଧ୍ୟ ସାମିଲ ରହିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ୧୦୦ଟି ଦୋକାନ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ମୁହଁରେ ମୁଖା ପିନ୍ଧିଥିବା ଏହି ଯୁବକମାନେ ଦୋକାନୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଦୋକାନମାନଙ୍କରୁ ଜିନିଷପତ୍ର ଲୁଟ୍ ତରାଜ କରିବାକୁ ଲାଗିଥିଲେ ।

ଏହି ଘଟଣା ସନ୍ଧ୍ୟା ୬ଟା ୩୦ ମିନିଟରେ ଘଟିଥିବା ବେଳେ ପ୍ରାୟ ୨୦ ରୁ ୩୦ ଜଣ ମୁଖା ପିନ୍ଧା ଯୁବକ ଏହିପରି କିଛିସମୟ ଆତଙ୍କରାଜ ଚଳାଇ ଥିବାବେଳେ ଜନସାଧାରଣ ପ୍ରାଣ ବିକଳରେ ଧାଁ ଧଉଡ଼ କରିବା ଫଳରେ କିଛିସମୟ ଲାଗି ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଦୋକାନୀମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଥିଲା ।

Leave A Reply

Your email address will not be published.