Latest Odisha News

BREAKING NEWS

ଜାନୁଆରୀ ୨୦ରୁ ଚିଲିକାରେ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଗଣନା ଚାଲିବ

ଚିଲିକା: ଆସନ୍ତାକାଲି ଚିଲିକାରେ ହେବ ଡଲଫିନ୍ ଗଣନା । ଏନେଇ ଶେଷ ହୋଇଛି ଟ୍ରେନିଂ । ସାତପଡ଼ା CDAର ରିସର୍ଚ୍ଚ ସେଣ୍ଟର ପରିସରରେ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍‌ର ଗଣନା କରାଯିବ ।

ମୋଟ ୧୮ଟି ଟିମ ଗଣନାରେ ସାମିଲ ହେବେ। ଚିଲିକାର ୪ଟି ଅଞ୍ଚଳକୁ ଯାଇ ଡଲଫିନ ଗଣତି କରିବେ। ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ , ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରେ ଗୋଟିଏ ଟିମ , ଆଉଟର ଚ୍ୟାନେଲରେ ୭ଟି ଟିମ ଗଣନା କରିବେ। ପ୍ରତ୍ୟକ ଟିମରେ ୮-୧୦ ଜଣ ସଦସ୍ୟ ରହିବେ। ଭୋର ୬ଟାରୁ ଆରମ୍ଭ ହୋଇ ୧୨ଟା ଦିନ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟୁରିଷ୍ଟ ଡଙ୍ଗା ଚଳାଚଳ ବନ୍ଦ ରହିବ।

 

 

 

Leave A Reply

Your email address will not be published.