Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ ଯୋଗ୍ୟତା ହାସଲରେ ବିଫଳ

ରାଂଚୀ: ଭାରତୀୟ ହକିପ୍ରେମୀଙ୍କ ପାଇଁ ଆଜି ଏକ ନୈରାଶ୍ୟର ଦିନ । ଶୁକ୍ରବାର ଭାରତୀୟ ମହିଳା ହକି ଟିମ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଛି । ଏଫଆଇଏଚ କ୍ୱାଲିଫାୟର୍ସରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ୦-୧ ଗୋଲରେ ଜାପାନ ନିକଟରୁ ହାରି ଯାଇଛି । ଏହି କ୍ୱାଲିଫାୟର୍ସର ପ୍ରଥମ ୩ଟି ଟିମ ସିଧାସଳଖ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ । ଉଭୟ ଟିମ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । କରନ ଉରାଟା ଜାପାନ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଏହା ପରେ ଜାପାନ ସମ୍ପୂର୍ଣ୍ଣ ଭାବେ ରକ୍ଷଣାତ୍ମକ ପ୍ରଦର୍ଶନ କରି ଭାରତକୁ ଗୋଲ ସ୍କୋର କରିବା ପାଇଁ ସୁଯୋଗ ଦେଇ ନ ଥିଲେ ।

୨୦୧୨ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଟିମ ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛି । ୧୯୮୦ପରଠାରୁ ଅଲିମ୍ପିକ୍ସରେ ମହିଳା ହକିକୁ ସାମିଲ କରାଯାଇଛି । ସେବେଠାରୁ ଭାରତ ୩ଥର ଏଥିପାଇଁ ଯୋଗ୍ୟତା ହାସଲ କରିଛି । ୧୯୮୦ରେ ଭାରତ ୪ର୍ଥ ସ୍ଥାନ ହାସଲ କରିଥିଲା । ଏହା ପରେ ୨୦୧୬ରେ ରିଓ ଗେମ୍ସରେ ୧୨ ଓ ଟୋକିଓ ଅଲିମ୍ପିକ୍ସରେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଂଚିତ ହୋଇଥିଲା । ଭାରତର ଅଧିନାୟିକା ସବିତା ପୁନିଆ ଗୋଲ ସ୍କୋର କରିବାର ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଥିଲେ । ଆମେରିକା ଓ ଜର୍ମାନୀ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.