Latest Odisha News

ମୁମ୍ବାଇରେ ପୁଣି ବିସ୍ଫୋରଣ, ୯ ଆହତ, ୨ ଗୁରୁତର

ମୁମ୍ବାଇ: ପୁଣି ମୁମ୍ବାଇରେ ବଡ ଧରଣର ବିସ୍ଫୋରଣ । ମୁମ୍ବାଇ ନିକଟରେ ଥିବା ଡୋମ୍ବିଭାଲିରେ ଘଟିଛି ଏହି ବିସ୍ଫୋରଣ । ଡୋମ୍ବିଭାଲିର ଟଣ୍ଡନ୍ ରୋଡରେ ଥିବା ଏକ ଦୋକାନରେ ସିଲିଣ୍ଡର ଫାଟି ପୁରା ଦୋକାନରେ ନିଆଁ ଲାଗିଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁସାରେ, ଡୋମ୍ବିଭାଲିର ଟଣ୍ଡନ୍ ରୋଡରେ ଥିବା ଏକ ଦୋକାନରେ ସିଲିଣ୍ଡର ଫାଟିବାରୁ ପୁରା ଦୋକାନରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ଅଗ୍ନିଶମ ବିଭାଗର କହିବାନୁସାରେ ପ୍ରଥମେ କୌଣସି କାରଣ ବସତଃ ଦୋକାନରେ ନିଆଁ ଲାଗିଥିଲା । ପରେ ନିଆଁ ଚାରିଆଡେ ବ୍ୟାପିଯିବାରୁ ନିକଟରେ ଥିବା ଏକ ସିଲିଣ୍ଡର ଫାଟିଯାଇଥିଲା । ଏହି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।

ସୂଚନାଯୋଗ୍ୟ ଯେ, ଗତ ମେ’ ୨୩ ତାରିଖରେ ଥାନେର ଏମଆଇଡିସି ଅଞ୍ଚଳର ଫେଜ୍‌-୨ରେ ଥିବା ଓମେଗା ରାସାୟନିକ କାରଖାନାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା । କର୍ମଚାରୀମାନେ କାରଖାନା ଭିତରେ କାମ କରୁଥିବା ବେଳେ ହଠାତ୍‌ ବଏଲରରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Comments are closed.