Latest Odisha News

ଶାହାରୁଖଙ୍କ ବିନା ଡନ ୩ କରିବେ ଫରହାନ, ପ୍ରଶଂସକ ଅସନ୍ତୁଷ୍ଟ

ମୁମ୍ବାଇ: ଫରହାନ ଅଖତାର ତାଙ୍କ ଡନ ଫ୍ରାଚାଇଜକୁ ଆଉ ପାଦେ ଆଗକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସେ ଶାହାରୁଖ ଖାଁଙ୍କ ବଦଳରେ ଡନ ୩ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁଙ୍କ ପରେ ଆପଣମାନେ ନୂତନ ଡନକୁ ବି ସ୍ୱାଗତ କରିବେ ବୋଲି ସେ କହିଛନ୍ତି । ତେବେ ଏହି ନୂତନ ଡନ କିଏ ହେବ ଅବଶ୍ୟ ସେ ତାହା ସ୍ପଷ୍ଟ କରି ନାହାନ୍ତି । ତେବ ରିପୋର୍ଟ ମୁତାବକ ରଣବୀର ସିଂ ଏହି ଭୂମିକା କରିପାରନ୍ତି । ଶାହାରୁଖଙ୍କ ସହ ୨ଟି ଡନ ଫିଲ୍ମ କରିବା ସର୍ବଦା ମୋ ପାଇଁ ଅଭୁଲା କ୍ଷଣ ହୋଇ ରହିବ ।

୨୦୨୫ରେ ନୂତନ ଡନ ଯୁଗର ଆରମ୍ଭ ହେବ ବୋଲି ଫରହାନ କହିଛନ୍ତି । ତେବେ ତାଙ୍କର ଏହି ଘୋଷଣା ପ୍ରଶଂସକଙ୍କୁ ପସନ୍ଦ ଆସି ନାହିଁ । ଏପରିକି ସେମାନେ ଶାହାରୁଖ ବିନା ଡନ ସମ୍ଭବ ନୁହେଁ ବୋଲି ମଧ୍ୟ କହିଛନ୍ତି । ୧୯୭୮ରେ ଅମିତାଭ ବଚ୍ଚନ ଡନ ଭୂମିକା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ପରେ ଶାହାରୁଖ ଡନ ଫ୍ରାଂଚାଇଜର ୨ଟି ଫିଲ୍ମ କରିଥିଲେ । ଏହା ବକ୍ସ ଅଫିସରେ ଭଲ ସଫଳତା ହାସଲ କରିଥିଲା ।

 

Comments are closed.