ନ୍ୟୁୟର୍କ: ଆଗାମୀ କିଛି ସପ୍ତାହ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ପହଞ୍ଚିଯିବାର ଆଶଙ୍କା କରିଛନ୍ତି ଆମେରିକୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏନେଇ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବେଶ୍ ଚିନ୍ତିତ ମଧ୍ୟ । ତେବେ ପୂର୍ବରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଆମେରିକାକୁ ରପ୍ତାନୀ କରିବାକୁ ଟ୍ରମ୍ପ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ । ମାତ୍ର ପୁଣି ଥରେ ରାଷ୍ଟ୍ରପତି ଟ୍ରମ୍ପ୍ ମୋଦୀଙ୍କୁ ଏହି ମ୍ୟାଲେରିଆ ନିରାକରଣ ଔଷଧ ଆମେରିକାକୁ ରପ୍ତାନୀ କରିବାକୁ ନିବେଦନ କରିଛନ୍ତି ।
‘I spoke to him(PM Modi) Sunday morning I called him and I said we’d appreciate your allowing our supply to come out,’ POTUS on Hydroxychloroquine supply from India.
Read @ANI Story | https://t.co/g8hOFbhxdz pic.twitter.com/Q1gs5eHKcw— ANI Digital (@ani_digital) April 7, 2020
ଏଏନଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୩ ଲକ୍ଷ ୬୮ ହଜାର ବ୍ୟକ୍ତି କରୋନା ସଂକ୍ରମିତ । ଗତ କିଛିଦିନ ହେଲା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ସହିତ ଅନ୍ୟ ଔଷଧ ମିଶ୍ରଣ କରି ଖାଇବା ଦ୍ୱାରା ଅନେକ ରୋଗୀ କରୋନାରୁ ଆରୋଗ୍ୟ ହେବା ପରେ ଟ୍ରମ୍ପ୍ ପ୍ରଶାସନ ଏହି ମ୍ୟାଲେରିଆ ଔଷଧକୁ ଗୁରୁତ୍ୱ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ । ଟ୍ରମ୍ପ୍ କହିଛନ୍ତି ଭାରତ ଯଦି ଆମକୁ ଏନେଇ ସହାୟତା କରେ ତେବେ ଆମେ ପ୍ରଶଂସା କରିବୁ ମାତ୍ର ଯଦି ଆମକୁ ସହଯୋଗ ମିଳିବ ନାହିଁ ତେବେ ଆମେ ମଧ୍ୟ ଅନୁରୁପ ପଦକ୍ଷେପ ନେବୁ ବୋଲି ଟ୍ରମ୍ପ୍ କହିଛନ୍ତି ।
Comments are closed.