Latest Odisha News

BREAKING NEWS

ଡ୍ୟାନ୍ସ କଲେ ଡୋନାଲ୍ଡ ଟ୍ରମ୍ପ, କ୍ୟାମ୍ପେନ ଷ୍ଟେଜରେ ନାଚିଲେ

ଫ୍ଲୋରିଡା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଛି । ରାଜନୈତିକ ପାଣିପାଗ ଗରମ । ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଜିତିବା ଲକ୍ଷ୍ୟରେ ଜୋରଦାର କ୍ୟାମ୍ପେନ ଚଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କରୋନାରୁ ସୁସ୍ଥ ହେବା ପରେ ନିର୍ବାଚନ ରାଲି କରୁଛନ୍ତି । ଫ୍ଲୋରିଡାରେ କ୍ୟାମ୍ପେନ ଷ୍ଟେଜରେ ଟ୍ରମ୍ପ ଡ୍ୟାନ୍ସ କରି ନିଜ ସମର୍ଥକ ଓ ଭୋଟରଙ୍କ ଦିଲ ଜିତିଛନ୍ତି ।

ଫ୍ଲୋରିଡାରେ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ସଭାରେ ଡ୍ୟାନ୍ସ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଷ୍ଟେଜକୁ ଚଢ଼ିବା ମାତ୍ରେ ନିଜକୁ ଅଟକାଇ ପାରି ନଥିଲେ ଟ୍ରମ୍ପ । ଆଗରେ ସମର୍ଥକଙ୍କୁ ଦେଖି ଖୁସିରେ ବିଭୋର ହୋଇଥିଲେ । ଡ୍ୟାନ୍ସ କରିଥିଲେ । ତାଙ୍କୁ ଦେଖି ସମର୍ଥକ ଓ ଭିଡ଼ରେ ଥିବା ଲୋକ ବି ନାଚିଥିଲେ ।

କରୋନା କାଳରେ ଆମେରିକାରେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ରାଲିକୁ ନେଇ ସମାଲୋଚନାର ସ୍ୱର ଉଠୁଛି । ରାଲିରେ ଯୋଗ ଦେଇଥିବା ଲୋକଙ୍କ ମୁହଁରେ ବି ମାସ୍କ ରହୁ ନାହିଁ । ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି ଲୋକ ।

Leave A Reply

Your email address will not be published.