ୱାଶିଂଟନ୍: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି ।
ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଚୟନ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଡେମୋକ୍ରାଟିକ୍ ପାର୍ଟି ତରଫରୁ ଏହି ପଦ ଲାଗି ଜୋ ବିଡେନ୍ ମଇଦାନକୁ ଓହ୍ଲାଇଛନ୍ତି ।
ଏସମ୍ପର୍କରେ ରିପବ୍ଲିକାନ୍ ନ୍ୟାସନାଲ୍ କମିଟି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଆମେରିକାର ଦୁଇ ପ୍ରମୁଖ ପାର୍ଟି ଭାରତୀୟ ବଶୋଦ୍ଭବଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନାହାଁନ୍ତି ।
ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ କ୍ୟାମ୍ପେନ ଭିଡିଓରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିଲେ ।
ଯେଉଁ ବିଜ୍ଞାପନ ଭିଡିଓରେ ଚଳିତ ବର୍ଷ ଅହମ୍ମଦାବାଦରେ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର କ୍ଲିପ୍ ଦେଖିବାକୁ ମିଳିଥିଲା । ଯେଉଁଥିରେ ମୋଦି ଓ ଟ୍ରମ୍ପ ବିଶାଳ ସମାବେଶକୁ ସମ୍ବୋଧନ କରୁଥିବା ନଜର ଆସିଥିଲେ ।
Comments are closed.