Latest Odisha News

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍‌) ଭଳି ପରୀକ୍ଷା ସ୍ଥଗିତ ପାଇଁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

BjdElectrycity

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଜେଇଇ (ମେନ୍‌) ସେପ୍ଟେମ୍ବର ୧ରୁ୬ ଏବଂ ନିଟ୍ ପରୀକ୍ଷା ସେପ୍ଟେମ୍ବରରେ ଅନୁଷ୍ଠିତ କରାଯିବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶାଙ୍କଙ୍କୁ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଏକ ଚିଠି କରିଛନ୍ତି ।

ଯେଉଁଥିରେ ଉଲ୍ଲେଖ ରହିଛି ଯେ କରୋନା ସମୟରେ ପରୀକ୍ଷା କେନ୍ଦ୍ରକୁ ଯିବା ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ନୁହେଁ । ଏପରିକି ବିଭିନ୍ନ ସ୍ଥାନରେ ଲକଡାଉନ୍ ଓ ସଟଡାଉନ୍ ଜାରି ରହିଥିବା ଯୋଗୁଁ ଯାତାୟାତରେ ଅସୁବିଧା ହେବ । ଏହାଛଡା ଓଡିଶାର ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ ପରୀକ୍ଷା ଦେବାରେଞ୍ଚଅସୁବିଧା ହେବ ।

ସେହିପରି ଯଦିଓ ଏନଟିଏ ପରୀକ୍ଷା ପରିଚାଳନା କରୁଛନ୍ତି, ତାହେଲେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯାହା ଫଳରେ ଛାତ୍ରଛାତ୍ରୀମାନେ ୨ରୁ ୩ ଘଣ୍ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହ ସେହି ଦିନ ମଧ୍ୟ ଘରକୁ ଫେରି ପାରିବେ । ତଦଦ୍ୱାରା ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ମାନେ ଏହି ପରୀକ୍ଷା ଦେଇପାରିବେ ।

Leave A Reply

Your email address will not be published.