Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ଡୋନାଲ ଟ୍ରମ୍ପ ଜୁନିଅରଙ୍କ ପ୍ରେମିକା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କହର । ଏଥିରେ ସର୍ବାଧିକ ପ୍ରଭାବିତ ଆମେରିକାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଙ୍କ ବଡ଼ପୁଅ ଡୋନାଲ୍‌ଡ୍ ଟ୍ରମ୍ପ୍‌ ଜୁନିୟର୍‌ଙ୍କ ପ୍ରେମିକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିମ୍ବର୍ଲି ଗିଲଫୋଏଲ୍ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କୁ ଡେଟ୍‌ କରୁଥିଲେ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ୫୧ ବର୍ଷିୟ ଗିଲଫୟଲଙ୍କୁ ଅଲଗା କରାଯାଇଛି ଏବଂ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଉଛି।
ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ସୁଧାର ଆସୁଛି ଏବଂ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆମେରିକାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.