Latest Odisha News

ଫୋର୍ବସ ଲିଷ୍ଟ୍‌ରୁ ବିଦା ହେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋର୍ବସ୍ ତାଲିକାରେ ସ୍ଥାନ ପାଇ ନାହାଁନ୍ତି।

ଟ୍ରମ୍ପଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨.୫ ବିଲିୟନ ଡ଼ଲାର। ସେ ଆମେରିକାର ଧନୀ ବ୍ୟକ୍ତିଙ୍କ ତାଲିକାରେ ଚଳିତ ବର୍ଷର ଫୋର୍ବସ୍ ୪୦୦ ତାଲିକାରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ହୋଇନଥିବା ଜଣାପଡ଼ିଛି। ଗତ ବର୍ଷ ର଼୍ୟାଙ୍କିଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ସଂଖ୍ୟା ୩୩୯ ଥିଲା, କିନ୍ତୁ ଚଳିତ ବର୍ଷ ତାଙ୍କର ବ୍ୟକ୍ତିଗତ ନେଟ ମୂଲ୍ୟ ୬୦୦ ମିଲିୟନ ଡ଼ଲାରରେ ପହଞ୍ଚିଛି।

୭୫ ବର୍ଷୀୟ ଟ୍ରମ୍ପ୍‌ଙ୍କ ସମ୍ପତ୍ତିରେ ହ୍ରାସ ଯୋଗୁ ଏଥର ଫୋର୍ବସ୍ ତାଲିକାରେ ସେ ସ୍ଥାନ ପାଇନାହାନ୍ତି। ଫୋର୍ବସ୍ ଅନୁଯାୟୀ, ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଗ୍ୟକୁ ଆହୁରି ଉଜ୍ଜ୍ବଳ କରିବା ପାଇଁ ଏକ ଭଲ ସୁଯୋଗ ପାଇଥିଲେ।

Comments are closed.