Latest Odisha News

BREAKING NEWS

ଟ୍ରମ୍ପ କହିଲେ ଚାହିଁକି ଚୀନ୍ ଉପରେ ତାଙ୍କର ରାଗ ବଢୁଛି ?

ୱାଶିଂଟନ୍: ଆମେରିକାରେ କେବାକୁ କରୋନା । ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ଉପରେ ରାଗି ଖପ୍ପା ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱାସ୍ଥ୍ୟ ଅଧିକାରୀ କହୁଛନ୍ତି ଏମିତି ସଂକ୍ରମଣ ବଢ଼ିଲେ ହୁଏତ ଆଗକୁ ଦେଶରେ କରୋନା ଉପରେ ନିୟନ୍ତ୍ରଣ ରଖିବା ଆମେରିକା ପକ୍ଷେ ସମ୍ଭବ ହୋଇ ନପାରେ । ଏହାପରେ ଚୀନ୍ ବିରୋଧରେ ରକ୍ତ ଚାଉଳ ଚୋବାଇଛନ୍ତି ଆମେରିକା ରାଷ୍ଟ୍ରପତି ।

ଚୀନ ଉପରେ କେତେ ଖପ୍ପା ହୋଇଛନ୍ତି ଟ୍ୱିଟ୍ କରି ଜଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଲେଖିଛନ୍ତି, ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବା ଦେଖୁଛି । ଯେଉଁ ମହାମାରୀରେ ଆମେରିକାକୁ ବହୁତ କ୍ଷତି ହୋଇଛି । ମହାମାରୀ ଯେଭଳି ବ୍ୟାପୁଛି ସେଭଳି ଦିନକୁ ଦିନ ଚୀନ ଉପରେ ତାଙ୍କର ରାଗ ବଢ଼ି ଯାଉଛି ।

ସାରା ବିଶ୍ୱରେ କରୋନାର କାୟା ବିସ୍ତାର ପାଇଁ ପ୍ରଥମରୁ ବେଜିଂକୁ ଦାୟୀ କରି ଆସୁଛି ଓ୍ୱାଶିଂଟନ୍ । ପ୍ରତିଦିନ ଆମେରିକାରେ ହଜାର ହଜାର ନୂଆ କରୋନା କେସ୍ ସାମନାକୁ ଆସୁଛି । ଆମେରିକାରେ ଭାଇରସକୁ ନିୟନ୍ତ୍ରଣ ରଖିବାରେ ସଫଳ ନହେଲେ ଆଗକୁ ପ୍ରତିଦିନ ଲକ୍ଷେ ଉପରେ ପଜିଟିଭ କେସ୍ ଆସିବ । ଏଭଳି ଅନୁମାନ ପରେ ଚୀନ୍ ଉପରେ ଟ୍ରମ୍ପଙ୍କ ରାଗ ପଞ୍ଚମରେ ପହଞ୍ଚିଛି ।

Leave A Reply

Your email address will not be published.