ୱାଶିଂଟନ: ଭେନେଜୁଏଲାର ରାଜଧାନୀ କରାକସରେ ଆକ୍ରମଣ ପରେ, ଶନିବାର ଆମେରିକା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଦେଶରୁ ବାହରକୁ ନେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥଆଉଟରେ ଏକ ଆଶ୍ଚର୍ଯ୍ୟଜନକ ଫଟୋ ଜାରି କରିଛନ୍ତି । ଫଟୋରେ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହାତକଡ଼ି ପିନ୍ଧିଥିବା ଏବଂ ତାଙ୍କ ମୁହଁରେ କଳା ପଟି ଢାଙ୍କିଥିବା ଦେଖାଯାଇଛି ।
ଆମେରିକୀୟ ନ୍ୟାୟ ବିଭାଗ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କର ପତ୍ନୀଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଲଗେଇଛି। ନୂଆ ଭିଡ଼ିଓରେ ‘ମାଦୁରୋଙ୍କ ଉପରେ ଏକ ଦୁର୍ନୀତି , ଅବୈଧ ସରକାର’ର ନେତୃତ୍ୱ ନେବାର ଅଭିଯୋଗ କରାଯାଇଛି, ଯିଏକି ଅନେକ ଦଶନ୍ଧି ଧରି ମାଦକ ପଦାର୍ଥର ତସ୍କରୀ ସମେତ ଅବୈଧ କାର୍ଯ୍ୟକଳାପ ଗୁଡ଼ିକୁ ବୃଦ୍ଧି କରାଇବା ପାଇଁ ସରକାରୀ ଶକ୍ତିର ଦୁରୁପଯୋଗ କରିଛନ୍ତି। ଏଥିରେ ଅଭିଯୋଗ କରାଯାଇଛି ଯେ, ମାଦକ ପଦାର୍ଥ ଗୁଡ଼ିକର ତସ୍କରୀର ପ୍ରୟାସ ଭେନେଜୁଏଲାରର ରାଜନୀତିକ ଓ ସାମରିକ ଅଭିଜାତ ବର୍ଗକୁ ସମୃଦ୍ଧ ଓ ମଜବୁତ କରିଥିଲା ।
ଆମେରିକୀୟ ଅଧିକାରୀଙ୍କ ଅଭିଯୋଗ ଯେ, ମାଦୁରୋ ବିଶ୍ୱର କିଛି ସବୁଠୁ ହିଂସକ ଓ କୁଖ୍ୟାତ ମାଦକ ପଦାର୍ଥର ତସ୍କର ଓ ନାର୍କୋ-ଅତଙ୍କବାଦୀଙ୍କ ସହ ମିଶି, ଆମେରିକାରେ ଅନେକ ଟନ କୋକିନର ତସ୍କରୀ କରି ଥିଲେ। ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ସେମାନଙ୍କ ଶୟନ କକ୍ଷରେ ଶୋଇଥିବା ବେଳେ ଅଟକ ରଖାଯାଇଥିଲା । ସେମାନଙ୍କୁ କୋଠରୀରୁ ବାହାର କରି ବିମାନ ଯୋଗେ ଦେଶ ବାହାରକୁ ନିଆଯାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ଆମେରିକା ଚାରି ଦିନ ପୂର୍ବରୁ ଭେନେଜୁଏଲାରେ ଏକ ସାମରିକ ଅଭିଯାନ ଯୋଜନା କରିଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା ।
ଭେନେଜୁଏଲାରେ ଆମେରିକାର ଆକ୍ରମଣ ପରେ ତାଙ୍କର ପ୍ରଥମ ମନ୍ତବ୍ୟରେ ଟ୍ରମ୍ପ କହିଛନ୍ତି ଯେ ଏହି ଅଭିଯାନ ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ଆପଣଙ୍କୁ କହି ରଖୁଛି – ଏହା ଅତ୍ୟନ୍ତ ନିରାପଦ ଥିଲା, ପ୍ରକୃତରେ ଆମର କୌଣସି ଲୋକ ମୃତାହତ ହୋଇ ନଥିଲେ, ଆମର କୌଣସି ବିମାନ ନଷ୍ଟ ହୋଇ ନଥିଲା । ଯାହା ପରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ବନ୍ଦୀ କରାଯାଇଥିଲା ।