Latest Odisha News

ନୂଆ ଲୁକରେ ଡୋନାଲ୍ଡ ଟ୍ରମ୍ପ, ଭିଡିଓ ଭାଇରାଲ୍

ଫ୍ଲୋରିଡା: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କର ନୂଆ ଲୁକ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ହେୟାର ଷ୍ଟାଇଲ ମଧ୍ଯ ବଦଳିଯାଇଥିବାର ଦେଖାଯାଉଛି।

ଫ୍ଲୋରିଡାରେ ଥିବା ଟ୍ରମ୍ପଙ୍କ ବ୍ୟକ୍ତିଗତ ସମ୍ପତ୍ତି ‘ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କ୍ଲବ’ର ଏହି ଭିଡିଓ ଅଟେ।

ଏହି ଭିଡିଓରେ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ସମର୍ଥକମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଉଥିବାର ନଜର ଆସିଛି। ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଆମେରିକାର ଆଗାମୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କ୍ଲବ’ ନିକଟରେ ଥିବା ପାମ୍ ବିଚରେ ପହଞ୍ଚିଛନ୍ତି।

ତେବେ ୨୦୨୫ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

 

Comments are closed.