ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନ୍ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ। ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ୍ ଶାନ୍ତି ଚୁକ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା। ଏକାଠି ହେବେ ଦୁଇ ସୁପର ପାୱାର। ଏହା ଉପରେ ରହିଛି ସାରା ବିଶ୍ବର ନଜର।
୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ୍। ତେବେ ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ। ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ବି ଅସ୍ତ୍ରବିରତି ପ୍ରସଙ୍ଗରେ ରାଜି ଥିବା କୁହାଯାଉଛି। ୧୯୯୮ର ଗଭର୍ଣ୍ଣର ଆଇଲ୍ୟାଣ୍ଡ ସମିଟ ପରେ ପ୍ରଥମ ଥର ଯୁକ୍ତରାଷ୍ଟ୍ର ଭୂମିରେ ଯୁକ୍ତରାଷ୍ଟ୍ର–ରୁଷୀୟ ଦୁଇପକ୍ଷୀୟ ସମ୍ମିଳନୀ ହେବ।
ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ୟୁକ୍ରେନ ଶାନ୍ତି ସମ୍ମତିରେ “କିଛି ଭୂମି ବଦଳ’’ ହୋଇପାରେ – ଯାହାକି ପୂର୍ବରୁ ବିବାଦିତ ପ୍ରସ୍ତାବ। ଏଥିସହ ବିଶ୍ଲେଷକମାନେ କହୁଛନ୍ତି ଯେ, ଏହା ପୁଟିନଙ୍କ ପ୍ରସ୍ତାବ ସହିତ ସମାନ, ଯେଉଁଥିରେ ଯୁଦ୍ଧରେ ସ୍ଥିତି ଅଟକାଇ ଡୋନେସ୍କ ଓ ଲୁହାନ୍ସ ପରି ଅଞ୍ଚଳଗୁଡ଼ିକ ରୁଷୀୟ ନିୟନ୍ତ୍ରଣରେ ରହିବ । ୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ୍ ।
Comments are closed.