Latest Odisha News

BREAKING NEWS

କାହିଁକି ଜାଣନ୍ତୁ; ପ୍ରତିଦିନ ଡୋନାଲ୍ଡ ଟ୍ରମ୍ପଙ୍କ ହେବ କରୋନା ଟେଷ୍ଟ୍ !

ୱାଶିଂଟନ୍‌: ଆମେରିକାରେ ଏବେ କରୋନା ମହାମାରୀ ଭୀଷଣ ରୂପ ନେଇଛି । ଏହି ମାରାତ୍ମକ ମହାମାରୀ ଦେଶରେ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏଥିଯୋଗୁଁ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ବରିଷ୍ଠ ଅଧିକାରୀ ଏହି ଭୂତାଣୁର ଶିକାର ହୋଇଥିବା ବେଳେ ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଯିଏକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧିକ ନିକଟତମ ବ୍ୟକ୍ତି ଭାବେ ପରିଚିତ । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ତଥା ଦୈନିକ କରୋନା ଟେଷ୍ଟର ଆବଶ୍ୟକତାକୁ ଉପଲବ୍ଧି କରିଛି ଟ୍ରମ୍ପ୍ ପ୍ରଶାସନ ।

ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ, ଯେଉଁ ମିଲିଟାରୀ ଅଧିକାରୀ ଜଣକ କରୋନା ରୋଗରେ ଆକ୍ରାନ୍ତ ହୋଇପଡ଼ିଛନ୍ତି ସେ ତାଙ୍କ ସହିତ ଖୁବ୍ କମ୍ ସଂସ୍ପର୍ଶରେ ଆସିଛନ୍ତି ।

“ମୁଁ ଏହି ବ୍ୟକ୍ତିଙ୍କ ସହିତ କମ୍ ସଂସ୍ପର୍ଶରେ ଆସିଛି । ମୁଁ ଜାଣେ ସେ କିଏ । ସେ ଜଣେ ଭଲ ଲୋକ । ଉପରାଷ୍ଟ୍ରପତିଙ୍କ ସହିତ ମଧ୍ୟ ସେ ଖୁବ୍ କମ୍ ସଂସ୍ପର୍ଶରେ ଆସିଛନ୍ତି । ଆମେ ଦୁଇଜଣ କରୋନା ପରୀକ୍ଷା କରିସାରିଛୁ । ଉଭୟ ନେଗେଟିଭ୍ ଆସିଛୁ ।” ପିଟିଆଇ ଗଣମାଧ୍ୟମକୁ ଜଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ ।

 

ହ୍ୱାଇଟ୍‌ହାଉସରେ ଥିବା ଉପରାଷ୍ଟ୍ରପତି ଏବଂ ଅନ୍ୟ ସମସ୍ତ ଷ୍ଟାଫମାନେ ପ୍ରତିଦିନ କୋଭିଡ୍‌-୧୯ ଟେଷ୍ଟର ସମ୍ମୁଖୀନ ହେବେ, ଏହା କହିଛନ୍ତି ଟ୍ରମ୍ପ୍ ।

“ମୁଁ ଗତକାଲି ପରୀକ୍ଷା କରିଥିଲି, ଆଜି ମଧ୍ୟ ଟେଷ୍ଟ୍ କରିଥିଲି ମାତ୍ର ନେଗେଟିଭ୍ ଆସିଲା । ଉପରାଷ୍ଟ୍ରପତି ଓ ମୁଁ ପ୍ରତିଦିନ କରୋନା ଟେଷ୍ଟ୍ କରିବୁ ।” ଏହା କହିଛନ୍ତି ଆମେରେକୀୟ ରାଷ୍ଟ୍ରପତି ।

ପୂର୍ବରୁ ଆମେ ସପ୍ତାହକୁ ଥରେ ଟେଷ୍ଟ କରୁଥିଲୁ ମାତ୍ର ଏବେ ପ୍ରତିଦିନ ଆମକୁ କରୋନା ଟେଷ୍ଟ୍ କରିବାକୁ ପଡୁଛି ।

ପ୍ରତିଦିନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଉଥିବା ଯୋଗୁଁ ତଥା ବିଭିନ୍ନ ପଦାଧିକାରୀଙ୍କ ସଂସ୍ପର୍ଶରେ ଆସୁଥିବା ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ୍ ସୁରକ୍ଷା ଦୃଷ୍ଟିରୁ ପ୍ରତିଦିନ କରୋନା ଟେଷ୍ଟର ସମ୍ମୁଖୀନ ହେବେ ।

ନିକଟରେ ଟ୍ରମ୍ପ୍ ଏକ ମେଡ଼ିକାଲ୍ ମାସ୍କ ତିଆରି ଫ୍ୟାକ୍ଟି ପରିଦର୍ଶନରେ ଯାଇଥିଲେ, ମାତ୍ର ସେ ମାସ୍କ ପିନ୍ଧି ନଥିବାରୁ ସୋସିଆଲ୍ ମିଡ଼ିଆରେ ସେ ଟ୍ରୋଲ୍ ହୋଇଥିଲେ । ଏପରିକି ଅନେକ ତାଙ୍କୁ ଏଥିଲାଗି ସମାଲୋଚନା କରିବାକୁ ପଛାଇନଥିଲେ ।

Leave A Reply

Your email address will not be published.