Latest Odisha News

BREAKING NEWS

ଗୋପନୀୟ ମ୍ୟାପ୍ ଲିକ ଅଭିଯୋଗ ସହ ଟ୍ରମ୍ପଙ୍କ ବିରୋଧରେ ଲାଗିଲା ୩୭ ମାମଲା; ହୋଇପାରେ ଜେଲ୍

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଲଗା ଯାଇଥିବା ଅଭିଯୋଗସବୁକୁ ସାର୍ବଜନୀନ କରି ଦିଆ ଯାଇଛି । ଟ୍ରମ୍ପଙ୍କ ଉପରେ ୩୭ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏହା ଭିତରେ ରହିଛି ପେଣ୍ଟାଗନ ଉପରେ ଆକ୍ରମଣ ଯୋଜନା । ସେହିପରି ଆଉ ଏକ ସଙ୍ଗୀନ ଅଭିଯୋଗ ରହିଛି । ତାହା ହେଉଛି  ସୈନ୍ୟ ଅଭିଯାନ ସମ୍ପର୍କିତ ଏକ ଗୋପନୀୟ ମ୍ୟାପକୁ ଶେୟାର କରିବା । ତେବେ ଏପରି ଖୁଲାସା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଏକ ନୂଆ ରଙ୍ଗ ଦେଇପାରେ । ଏହାର ଦିନକ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କର ପାଖାପାଖି ୯୦୦୦ ଅଶ୍ଳୀଳ ଫଟୋ ଦକ୍ଷିଣପନ୍ଥୀ ଗୋଷ୍ଠୀ ସାର୍ବଜନୀନ କରିଥିଲେ ।

ଯାହା ବି ହେଉ, ଟ୍ରମ୍ପଙ୍କ ଉପରେ ଲଗା ଯାଇଥିବା ଅଭିଯୋଗ ଅନୁସାରେ, ସମ୍ବେଦନଶୀଳ ତଥ୍ୟକୁ ସେ ଭୁଲ ପ୍ରକ୍ରିୟାରେ ନିଜ ଅଧୀନରେ ରଖିଥିଲେ । ନ୍ୟାୟ ବିଭାଗକୁ ଅବହେଳା କରୁଥିବା ଅଭିଯୋଗ ବି ତାଙ୍କ ବିପକ୍ଷରେ ଆସିଛି । ନ୍ୟାୟାଳୟ ଏହି ଗୋପନୀୟ ଦଲିଲ ଟ୍ରମ୍ପଙ୍କୁ ଫେରାଇବା ପାଇଁ  ନିର୍ଦ୍ଦେଶ ଦେଇଥିଲେ ଯାହା ସେ ମାନି ନ ଥିଲେ । ଏହି ଗୋପନୀୟ ଦଲିଲ ଲୁଚାଇବା କାମରେ ଟ୍ରମ୍ପ ତାଙ୍କ ସହାୟକଙ୍କୁ ମଧ୍ୟ ସାମିଲ କରାଇଥିଲେ । ଏପରିକି ଏହି ଦଲିଲ ଫେରାଇବା ପାଇଁ କୋର୍ଟ ଅର୍ଡରକୁ ମାନିବାକୁ ଚାହୁଁ ନାହାନ୍ତି ବୋଲି ସେ ତାଙ୍କ ଓକିଲଙ୍କୁ କହିଥିଲେ ।

ଟ୍ରମ୍ପଙ୍କ ବିରୋଧରେ ୫୦ ପୃଷ୍ଠା ବ୍ୟାପି ଆସିଥିବା ଅଭିଯୋଗରେ କୁହାଯାଇଛି, ଟ୍ରମ୍ପ ଏହି ଗୋପନୀୟ ଦସ୍ତାବିଜ ଯେ ଖାଲି ନିଜ ପାଖରେ ରଖିଛନ୍ତି ତାହା ନୁହେଁ, ଏହାକୁ ନିଜ ସମ୍ପର୍କୀୟମାନଙ୍କୁ ମଧ୍ୟ ଦେଖାଇଛନ୍ତି ।

ଟ୍ରମ୍ପଙ୍କ ବିରୋଧରେ ୩୭ଟି ମାମଲା ଲାଗିଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପଙ୍କୁ ଏକ ବର୍ଷ ପାଇଁ ଜେଲ ହୋଇପାରେ । ଟ୍ରମ୍ପ ଆସନ୍ତା ମଙ୍ଗଳବାର ପ୍ରଥମଥର ପାଇଁ କୋର୍ଟରେ ହାଜର ହୋଇପାରନ୍ତି ।

Leave A Reply

Your email address will not be published.