Latest Odisha News

BREAKING NEWS

ମନ୍ତ୍ରୀଙ୍କ ପିଛା ଛାଡ଼ୁନି ଦୁର୍ଘଟଣା: ହ୍ରଦ ଭିତରେ ଖସିପଡ଼ିଲେ, ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ: ମନ୍ତ୍ରୀଙ୍କ ପିଛା ଛାଡ଼ୁନି ଦୁର୍ଘଟଣା। ଯେତେବେଳେ ପାଣିକୁ ଗଲେ ବୁଡିଲେ। ଷ୍ଟେଜ୍‌ରେ ଭାଷଣ ଦେବା ବେଳେ ମଞ୍ଚ ଭାଙ୍ଗି ମନ୍ତ୍ରୀ ଗଳି ପଡ଼ି  ଆହତ ହୋଇଥିଲେ। ତେଲେଙ୍ଗାନା ପଛୁଆବର୍ଗ କଲ୍ୟାଣ ଓ ସିଭିଲ ସପ୍ଲାଏ ମନ୍ତ୍ରୀ ଗାଙ୍ଗୁଲା କମଳକଙ୍କ ସହ ଏଭଳି ଘଟଣା ବାରମ୍ବାର ଘଟୁଛି। ଦୁଇ ମାସ ତଳେ ମନ୍ତ୍ରୀ ଗାଙ୍ଗୁଲା କମଳକାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହ୍ରଦରେ ଖସି ପଡ଼ିଥିଲେ। ଏବେ ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ମନ୍ତ୍ରୀ ପୁଣିଥରେ ହ୍ରଦକୁ ଖସି ପଡ଼ିଥିଲେ। ବଡ଼ କଷ୍ଟରେ ପୁଲିସ ଓ ଅନ୍ୟ କର୍ମୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି।

ଗୁରୁବାର ‘ଚେରୁଭୁଲା ପାଣ୍ଡୁଗା’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ କୃଷ୍ଣ ନଗର କୋଠାପଲ ବ୍ଲକ୍ ଅଶିଫନଗର ଗାଁକୁ ଯାଇଥିଲେ। ସେଠାରେ କାର୍ଯ୍ୟକ୍ରମ ସାରି ସାମୁଦ୍ରିକ ଖାଦ୍ୟ ଖାଇବା ପରେ ହ୍ରଦରେ ପୂଜା କରିବାକୁ ଡଙ୍ଗାରେ ବସିଥିଲେ। ତେବେ ଡଙ୍ଗାରେ ବସିବା ପୂର୍ବରୁ ମନ୍ତ୍ରୀଙ୍କୁ ଡର ଲାଗିଥିଲା। ଆଉ ଡଙ୍ଗାରେ ବସିବାକୁ ଚେଷ୍ଟା କରୁଥିବା ବେଳେ ମନ୍ତ୍ରୀ ହ୍ରଦରେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇଛି।

ଏହା ପୂର୍ବରୁ ଦୁଇମାସ ତଳ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କରିମନଗର ଯାଇଥିବା ବେଳେ ହ୍ରଦରେ ଖସିଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଏପ୍ରିଲ ମାସରେ କରିମନଗରର ଚନ୍ଦ୍ରଭୋଥକୁର ଗାଁରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଷ୍ଟେଜ୍ ଉପରକୁ ଆବଶ୍ୟକତା ଠାରୁ ଅଧିକ ଲୋକ ଚଢ଼ିଯିବାରୁ ଷ୍ଟେଜ୍ ଭାଙ୍ଗି ମନ୍ତ୍ରୀ ଗଳି ପଡ଼ିଥିଲେ। ଏଥିରେ ତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ୫୫ ବର୍ଷୀୟ ଗାଙ୍ଗୁଲା କମଳକରଙ୍କ ସହ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଛି।

Leave A Reply

Your email address will not be published.