Latest Odisha News

BREAKING NEWS

ଗିରଫର ଘଣ୍ଟାଏ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍‌

ନ୍ୟୁୟର୍କ : ଡୋନାଲ୍ଡ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଲା ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ଟଙ୍କା ଦେବା ଘଟଣା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ଗିରଫର ଘଣ୍ଟାଏ ପରେ ଜାମିନ୍‌ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗତକାଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଥିଲା । ପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ବିଚାରପତିଙ୍କ ନିକଟରେ ହାଜର ହେବା ପୂର୍ବରୁ ତାଙ୍କର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ସଂଗ୍ରହ କରାଯାଇଥିଲା ।

୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍‌ସଙ୍କ ଶାରୀରିକ ସମ୍ପର୍କ ରଖିବା ଓ ଲାଞ୍ଚ ଟଙ୍କା ଦେଇ ମୁହଁ ବନ୍ଦ କରିବା ମାମଲାରେ ଗତକାଲି ଗିରଫ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏହା ପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗ ସମ୍ପର୍କରେ ପଢ଼ି ଶୁଣାଇଥିଲେ ବିଚାରପତି । ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ । ଅର୍ଥାତ ସେ ଦୋଷ ସ୍ୱୀକାର କରି ନଥିଲେ । କୋର୍ଟରେ ପ୍ରାୟ ୫୭ ମିନିଟ ଧରି ଶୁଣାଣି ପ୍ରକ୍ରିୟା ଚାଲିଥିଲା । ଏହାପରେ ବେଲ୍‌ ପାଇଥିଲେ ଡୋନାଲ୍ଟ ଟ୍ରମ୍ପ।

ଜାମିନରେ ଯିବା ପରେ ଟ୍ରମ୍ପ କହିଛନ୍ତି, ସେ କେବେ ଭାବି ନଥିଲେ ଆମେରିକାରେ ଏମିତି ଘଟଣା ଘଟିବ । ମୁଁ କେବଳ ଗୋଟିଏ ଅପରାଧ କରିଛି । ସେଇଟା ହେଉଛି ନିର୍ଭୟର ସହ ନିଜ ଦେଶକୁ ବିନାଶ କରିବାକୁ ଚାହୁଁଥିବା ଲୋକଙ୍କଠାରୁ ରକ୍ଷା କରିବା । ଅପରାଧିକ ମାମଲା ସାମନା କରିଥିବା ଆମେରିକାର ସେ ହୋଇଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି ।

 

 

Leave A Reply

Your email address will not be published.