Latest Odisha News

BREAKING NEWS

ଅଫିସ୍‌ ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଦେବଗଡ଼ : ବିଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁ ।

ସୂଚନା ଅନୁଯାୟୀ, ଭାରତ ଫାଇନାନ୍ସ ଅଫିସରେ ରାତି ପ୍ରାୟ ୧୧ ଟା ସମୟରେ ନିଜ କାମ ସାରି ରୀତା ଭିତିରିଆ ସାହି ଠାରେ ଥିବା ନିଜର ଭଡା ଘରକୁ ବାହାରିଥିଲେ । ମାତ୍ର ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଛନ୍ତି । ପ୍ରଥମେ ଛୁରି ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏବଂ ପରେ ପଥରରେ ଛେଚି ଅତି ନର୍ମମ ଭାବେ ହତ୍ୟା କରିଛନ୍ତି ।

ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେ ଦୌଡି ଆସିଥିଲେ । ପରେ ଅଭିଯୁକ୍ତ ମାନେ ସେହି ସ୍ଥାନରୁ ଖସି ପଳାଇଥିଲେ । ଅଫିସ କର୍ମଚାରୀ ପୋଲିସକୁ ଖବର ଦେବା ସହ ରୀତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରୀତାଙ୍କୁ କିଏ ଏବଂ କାହିଁକି ଆକ୍ରମଣ କଲା ସେନେଇ କୌଣସି କାରଣ ଜଣାପଡ଼ିନଥିବା ବେଳେ ସକାଳୁ ସାଇଣ୍ଟିଫିକ ଟିମ୍‌ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 

 

Leave A Reply

Your email address will not be published.