ମୁମ୍ବାଇ : ସିଗାରେଟ୍ ଏବଂ କୋଲଡ୍ରିଙ୍କ୍ସ ଉଭୟ ଆମ ଶରୀର ପକ୍ଷେ କ୍ଷତିକାରକ । କିଛି ଲୋକ ଉଭୟକୁ ଏକାସଙ୍ଗରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ ।
ନ୍ୟାସନାଲ ସେଣ୍ଟର ଫର୍ ବାୟୋ ଟେକ୍ନୋଲୋଜିର ତଥ୍ୟ ଅନୁଯାୟୀ ଯଦି ଆପଣମାନେ ପ୍ରତିଦିନ କୋଲଡ୍ରିଙ୍କ୍ସ ପିଉଛନ୍ତି , ତେବେ ଆପଣଙ୍କ ଶରୀରରେ ଫ୍ରୁଟକୋଜ୍ ପରିମାଣ ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ । ଏଥିସହିତ ସିଗାରେଟରେ ଥିବା ନିକୋଟିନ୍ ମଧ୍ୟ ଆମ ଶରୀର ପ୍ରତି କ୍ଷତିକାରକ ପ୍ରଭାବ ପକାଇଥାଏ । ଶରୀରରେ ଏସ୍ ମ୍ୟୁଟାନ୍ସର ପରିମାଣ ବଢାଇଥାଏ । ଏପରି ସ୍ଥିତିରେ ଯଦି ଆମେ ଉଭୟକୁ ଏକାଠି ବ୍ୟବହାର କରୁଛେ , ତେବେ ଏହା ଆମ ଶରୀରକୁ କ୍ଷତି ପହଁଞ୍ଚାଇଥାଏ ।
ସିଗାରେଟ୍ ଧୂଆଁ ପ୍ରାୟତଃ ଶରୀରର ସମସ୍ତ ଅଙ୍ଗକୁ କ୍ଷତି ପହଁଞ୍ଚାଇଥାଏ । ସିଗାରେଟ୍ ଟାଣିବା ଦ୍ବାରା ଶ୍ବାସକ୍ରିୟା , ରକ୍ତ ସଞ୍ଚାଳନ ପ୍ରଣାଳୀ, ପ୍ରଜନନ ପ୍ରଣାଳୀ ଚର୍ମ , ଫୁସଫୁସକୁ ଖରାପ କରିଥାଏ । ସିଗାରେଟ୍ ଫୁସଫୁସ୍ କର୍କଟ ରୋଗ ସୃଷ୍ଟିର ପ୍ରମୂଖ କାରଣ ।
ଖରାଦିନେ ଲୋକେ ଅଧିକ ମାତ୍ରାରେ କୋଲଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହା ଆମ ଶରୀରର ବହୁ କ୍ଷତି କରିଥାଏ । ଯେହେତୁ କୋଲଡ୍ରିଙ୍କ୍ସ ରେ ଅଧିକ ପରିମାଣରେ ଫ୍ରୁଟକୋଜ୍ ରହିଥାଏ , ଯାହା ପେଟରେ ଚର୍ବି ଜମା କରିଥାଏ । ଯାହା ଯକୃତ ଉପରେ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଥାଏ ।
Comments are closed.