Latest Odisha News

ଟ୍ରାକରୁ ଖସିଗଲା ମାଲବାହୀ ଟ୍ରେନ୍ : ଟ୍ରାକ୍ ସହ ଇଞ୍ଜିନ୍ କ୍ଷତିଗ୍ରସ୍ତ

ବଡବିଲ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲରେ  । ବିଲେଇପଦା ଓ କାଳିଆବେଡା ନିକଟରେ ଏକ ମାଲବାହୀ ଟ୍ରେନ୍ ଟ୍ରାକରୁ ଖସି ଯାଇଛି  । ଫଳରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ମାଲବାହୀ ଟ୍ରେନଟି ବାଂଶପାଣିରୁ ଆଇରନ୍ ବୋଝେଇ କରିଯାଉଥିଲା  । ଏବଂ ଏହି ସମୟରେ ଟ୍ରେନଟି ବିଲେଇପଦା କାଳିଆବେଡା ସାଇଡିଂ ନିକଟରେ ଲାଇନଚ୍ୟୁତ ହୋଇଥିଲା । ଯାହାଫଳରେ ରେଳ ଟ୍ରାକ୍ ସହ ଇଞ୍ଜିନ୍ କ୍ଷତିଗ୍ରସ୍ତ ହୋଇଛି ।

ସେପଟେ ଲାଇନଚ୍ୟୁତ ହେବା ପରେ ଓ୍ବାଗନ୍ ଗୁଡିକୁ ଇଞ୍ଜିନରୁ ଅଲଗା କରିଦିଆଯାଇଛି  । ବର୍ତ୍ତମାନ ଇଞ୍ଜିନକୁ ପୁନର୍ବାର  ଟ୍ରାକକୁ ଆଣିବାକୁ ରେଳବାଇ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଛି , କାରଣ ଅସ୍ପଷ୍ଟ ରହିଛି ।

 

Leave A Reply

Your email address will not be published.