Latest Odisha News

BREAKING NEWS

ସିଗାରେଟ୍ ଟାଣିବା ପରେ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କ୍ସ ? ହୋଇଯାନ୍ତୁ ସାବଧାନ୍

ମୁମ୍ବାଇ : ସିଗାରେଟ୍ ଏବଂ କୋଲଡ୍ରିଙ୍କ୍ସ ଉଭୟ ଆମ ଶରୀର ପକ୍ଷେ କ୍ଷତିକାରକ  । କିଛି ଲୋକ ଉଭୟକୁ ଏକାସଙ୍ଗରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ  ।

ନ୍ୟାସନାଲ ସେଣ୍ଟର ଫର୍ ବାୟୋ ଟେକ୍ନୋଲୋଜିର ତଥ୍ୟ ଅନୁଯାୟୀ ଯଦି ଆପଣମାନେ ପ୍ରତିଦିନ କୋଲଡ୍ରିଙ୍କ୍ସ ପିଉଛନ୍ତି , ତେବେ ଆପଣଙ୍କ ଶରୀରରେ ଫ୍ରୁଟକୋଜ୍ ପରିମାଣ ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ  । ଏଥିସହିତ ସିଗାରେଟରେ ଥିବା ନିକୋଟିନ୍ ମଧ୍ୟ ଆମ ଶରୀର ପ୍ରତି କ୍ଷତିକାରକ ପ୍ରଭାବ ପକାଇଥାଏ  । ଶରୀରରେ ଏସ୍ ମ୍ୟୁଟାନ୍ସର ପରିମାଣ ବଢାଇଥାଏ  । ଏପରି ସ୍ଥିତିରେ ଯଦି ଆମେ ଉଭୟକୁ ଏକାଠି ବ୍ୟବହାର କରୁଛେ , ତେବେ ଏହା ଆମ ଶରୀରକୁ କ୍ଷତି ପହଁଞ୍ଚାଇଥାଏ  ।

ସିଗାରେଟ୍ ଧୂଆଁ ପ୍ରାୟତଃ ଶରୀରର ସମସ୍ତ ଅଙ୍ଗକୁ କ୍ଷତି ପହଁଞ୍ଚାଇଥାଏ  । ସିଗାରେଟ୍ ଟାଣିବା ଦ୍ବାରା ଶ୍ବାସକ୍ରିୟା , ରକ୍ତ ସଞ୍ଚାଳନ ପ୍ରଣାଳୀ, ପ୍ରଜନନ ପ୍ରଣାଳୀ ଚର୍ମ , ଫୁସଫୁସକୁ ଖରାପ କରିଥାଏ  । ସିଗାରେଟ୍ ଫୁସଫୁସ୍ କର୍କଟ ରୋଗ ସୃଷ୍ଟିର ପ୍ରମୂଖ କାରଣ  ।

ଖରାଦିନେ ଲୋକେ ଅଧିକ  ମାତ୍ରାରେ କୋଲଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି  । କିନ୍ତୁ ଏହା ଆମ ଶରୀରର ବହୁ କ୍ଷତି କରିଥାଏ  । ଯେହେତୁ କୋଲଡ୍ରିଙ୍କ୍ସ ରେ ଅଧିକ ପରିମାଣରେ ଫ୍ରୁଟକୋଜ୍ ରହିଥାଏ , ଯାହା ପେଟରେ ଚର୍ବି ଜମା କରିଥାଏ  । ଯାହା ଯକୃତ ଉପରେ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଥାଏ   ।

 

Leave A Reply

Your email address will not be published.