ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବାର ଦିନକ ପରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଦକ୍ଷିଣ କୋରିଆର ଜଣେ ବୃଦ୍ଧ ମହିଳାଙ୍କ ଉଦାହରଣ ଦେଇ ଲୋକଙ୍କୁ ସତର୍କ କରାଇଛନ୍ତି ।
ସେ କହିଛନ୍ତି ଯେ, ଦକ୍ଷିଣ କୋରିଆର ‘ପେସେଣ୍ଟ -୩୧’ ଭଳି ସୁପର ସ୍ପ୍ରେଡର ହୁଅନ୍ତୁନି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଅର୍ଥାତ୍ ଦକ୍ଷିଣ କୋରିଆର ସେହି ବୃଦ୍ଧ ମହିଳା ଜଣକ ଦ୍ରୁତ ସଂକ୍ରାମକ ଥିଲେ । ୧୧୬୦ ଜଣଙ୍କୁ ସେ ସଂକ୍ରମିତ କରିଥିଲେ । ଏଥିପାଇଁ ସେ ପେସେଣ୍ଟ-୩୧ କିମ୍ବା ସୁପର ସ୍ପ୍ରେଡର ଭାବେ ବିଶ୍ୱ ବିଖ୍ୟାତ ।
ବାଗଚୀ କହିଛନ୍ତି, “ଓଡିଶାର ତୃତୀୟ କରୋନା ପଜିଟିଭ ଥିବା ୬୦ ବର୍ଷୀୟ ବ୍ୟକ୍ତି ଭୁବନେଶ୍ୱରର ୩ଟି ହସ୍ପିଟାଲ ଯାଇଥିଲେ ଏବଂ ଏହାର ସାଙ୍ଘାତିକ ପରିଣାମ ଆସିପାରେ । ସେହି ବ୍ୟକ୍ତି ଜଣକ ଓଡିଶା ବିଧାନସଭା କର୍ମଚାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି ଏବଂ ପୁଣି ଥରେ ଇଣ୍ଡିଗୋ ବିମାନରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ ।”
Comments are closed.