Latest Odisha News

BREAKING NEWS

କରୋନା ଭୟ: କର କ୍ଲିନିକର ସଫେଇ କର୍ମଚାରୀ ହଟହଟା

ଭୁବନେଶ୍ୱର : ତୃତୀୟ କରୋନା ପଜିଭିଭ ରୋଗୀ ରାଜଧାନୀର କର କ୍ଲିନିକରେ ଚିକିତ୍ସିତ ହେଉଥିବାରୁ ଏଠାକାର କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡିଛି । ଶୁକ୍ରବାର ହସ୍ପିଟାଲର ୧୩ ଜଣ ସଫେଇ କର୍ମଚାରୀଙ୍କୁ ସେମାନେ ରହୁଥିବା ବସ୍ତିରେ ପଶିବାକୁ ଦିଆଯାଇ ନ ଥିଲା । ଏ ନେଇ ସେମାନେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପଦକ୍ଷେପ ସ୍ୱରୂପ କର୍ତ୍ତୃପକ୍ଷ ସେମାନଙ୍କୁ ଯାତ୍ରୀ ନିବାସରେ ରହିବାର ବ୍ୟବସ୍ଥା କରିଛନ୍ତି ।

BjdElectrycity

ଗୁରୁବାର ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀ ଗତ ୧୦ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ଅସୁସ୍ଥ ହେବାରୁ ୨୧ ତାରିଖରେ କର କ୍ଲିନିକର ଓପିଡିରେ ଡାକ୍ତରଙ୍କୁ ଭେଟିଥିଲେ । ପରେ ୨୪ ତାରିଖରେ ତାଙ୍କୁ ଦିନକ ପାଇଁ କର କ୍ଲିନିକ ଆଇସିୟୁରେ ରଖାଯାଇଥିଲା । ନମୁନାରୁ କରୋନା ପଜିଟିଭ ଜଣାପଡିବା ପରେ ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ସଂସ୍ପର୍ଶରେ ଆସିଥିବା କର କ୍ଲିନିକର ଡାକ୍ତର ଓ ନର୍ସମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏଥି ସହିତ କର କ୍ଲିନିକର ଆଉଟ୍ ପେସେଣ୍ଟ ଓ ଇନ ପେସେଣ୍ଟ ବିଭାଗରେ ଚିକିତ୍ସା ପାଇଁ ନ ଯିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏଠାରେ କାମ କରୁଥିବା କର୍ମଚାରୀମାନେ ସେମାନେ ରହୁଥିବା ଅଂଚଳରେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସୁଛି ।

Leave A Reply

Your email address will not be published.