Latest Odisha News

BREAKING NEWS

ଦମ୍ପତ୍ତିଙ୍କ ଅଜବ ଚୁକ୍ତିନାମା, ନ ମାନିଲେ ମାଜିବେ ବାସନ….

ନୂଆଦିଲ୍ଲୀ: ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ । କିଛି ଲୋକ ଭାଲେଣ୍ଟାଇନ୍ସ ଡେ’ କୁ ବିଶେଷ କରିବା ପାଇଁ ସେମାନଙ୍କ ସାଥୀଙ୍କୁ ଗୋଲାପ, ଚକୋଲେଟ୍, ଟେଡି ପରି ବିଭିନ୍ନ ପ୍ରକାରର ଉପହାର ଦେଉଥିବା ବେଳେ କିଛି ଲୋକ ସେମାନଙ୍କ ସାଥୀଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ପ୍ରକାରର ଅଜବ ଉପାୟ ଆପଣାଉଛନ୍ତି। ନିକଟରେ, ଜଣେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଭାଲେଣ୍ଟାଇନ୍ସ ଡେ ଚୁକ୍ତିନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି ।

ବାସ୍ତବରେ ଏହି ଭାଇରାଲ ଏଗ୍ରିମେଣ୍ଟଟି ହେଉଛି ଶୁଭମ୍ ଏବଂ ଅନାୟା ନାମକ ଏକ ଦମ୍ପତ୍ତିଙ୍କର । କାର୍ଯ୍ୟରେ ବ୍ୟସ୍ତତା ହେତୁ ଶୁଭମ୍ ପତ୍ନୀଙ୍କୁ ସମୟ ଦେଇପାରୁନାହାଁନ୍ତି । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ମନାନ୍ତର ମତାନ୍ତର ହୁଏ । ଏସବୁକୁ ଦୃଷ୍ଟିରେ ରଖି ଉଭୟ ପତି-ପତ୍ନୀ ଏହି ଚୁକ୍ତିନାମା ପ୍ରସ୍ତୁତ କରିଛନ୍ତି । ଚୁକ୍ତିନାମା ଅନୁସାରେ ଉଭୟଙ୍କୁ ପ୍ରଥମେ ପାର୍ଟି-୧ ଏବଂ ପାର୍ଟି-୨ରେ ଭାଗ କରାଯାଇଛି । ଶୁଭମଙ୍କୁ ପାର୍ଟ ୧ରେ ରଖାଯାଇଥିବା ବେଳେ ଅନାୟାଙ୍କୁ ପାର୍ଟ ୨ରେ ରଖାଯାଇଛି । ଏହାପରେ ଏହି ଚୁକ୍ତିନାମାରେ ଦୁହେଁଙ୍କ ପାଇଁ କିଛି ନିୟମାବଳୀ ମଧ୍ୟ ରଖାଯାଇଛି । ଯାହାକୁ ସେମାନଙ୍କୁ ପାଳନ କରିବାକୁ ହେବ । ଯଦି କୌଣସି ପାର୍ଟି ଏହି ନିୟମାବଳୀକୁ ନ ମାନେ ତେବେ ତାଙ୍କୁ ୩ମାସ ପାଇଁ ଘରର ସମସ୍ତ କାମ ଯେପରିକି ବାଥରୁମ୍ ସଫା କରିବା, ଡ୍ରେସ ଧୋଇବା, ସଉଦା ଆଣିବା ଆଦି କରିବାକୁ ପଡିବ । ଏହି ଚୁକ୍ତିନାମା ଦ୍ଵାରା ଉଭୟଙ୍କ ମଧ୍ୟରେ ହେଉଥିବା ବାରମ୍ବାର ଯୁକ୍ତିତର୍କକୁ ଏଡାଇ ହେବା ଏହ ସେମାନଙ୍କ ବୈବାହିକ ଜୀବନରେ ପୁଣିଥରେ ପ୍ରେମ ସୃଷ୍ଟି ହୋଇପାରିବ ବୋଲି ଆଶା ରଖିଛନ୍ତି ଏହି ଦମ୍ପତ୍ତି ।

ତେବେ ପ୍ରେମ ଦିବସରେ ଏହି ଅଜବ ଚୁକ୍ତିନାମାରେ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ୟୁଜରମାନେମଧ୍ୟ ଏଥିରେ ବିଭିନ୍ନ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି । କେହି କେହି ଏହାକୁ ‘କ୍ୟୁଟ ଝଗଡା’ ବୋଲି କହୁଛନ୍ତି ତ କେହି କେହି ମୁଁ ଏହି ଚୁକ୍ତିନାମାକୁ ସ୍ଵିକାର କରୁଛି ବୋଲି ଲେଖୁଛନ୍ତି । ଏପରିକି ଜଣେ ୟୁଜର ବାହାଘର ଏତେ କଠିନ ବୋଲି ମୋତେ କେହି କହିନଥିଲେ । ମୋ ବାହାଘରକୁ ଦୁଇ ବର୍ଷ ହେଲାଣି । ମୋ ପତ୍ନୀ ଏବେ ମୋତେ ଏହି ମ୍ୟାରେଜ୍ ଏଗ୍ରିମେଣ୍ଟରେ ଦସ୍ତଖତ କରିବାକୁ କହୁଛନ୍ତି । ଏବେ ମୁଁ କ’ଣ କରିବି ବୋଲି ଲେଖିଛନ୍ତି ।

 

Comments are closed.