ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମଗୁଡ଼ିକ ଲୋକଙ୍କ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି, ଗତ ବର୍ଷ ଡିଜିନି, ରିଲାଏନ୍ସ ଏବଂ ଭାୟାକମ୍-18 ର ମିଶ୍ରଣ ସମ୍ପୂର୍ଣ୍ଣ ହେବା ପରେ, ଜିଓ ହଟଷ୍ଟାର୍ ଆପ୍ ଖୁବ୍ ଶୀଘ୍ର ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ ହେବ ବୋଲି ଆଲୋଚନା ହେଉଥିବାବେଲେ, ଏହି ଅପେକ୍ଷାର ଏବେ ଅନ୍ତ ଘଟିଛି କାରଣ ଏବେ ଆପଣ ଗୋଟିଏ ଆପ୍ରେ ଜିଓ ସିନେମା ଏବଂ ଡିଜିନି ପ୍ଲସ ହଟଷ୍ଟାର୍ ର କଣ୍ଟେଣ୍ଟ ଦେଖିପାରିବେ । ସେହି ଆପ୍ ର ନାମ ହେଉଛି ଜିଓ ହଟଷ୍ଟାର୍ ।
ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରେ ଡିଜନି ପ୍ଲସ୍ ହଟଷ୍ଟାରର ନାମ ଅପଡେଟ୍ କରାଯାଇଛି, ଏବେ ଆପଣ ଏହି ଆପକୁ ଜିଓ ହଟଷ୍ଟାର ନାମରେ ଦେଖିବେ । ତେବେ ଯେଉଁମାନେ ଜିଓ ସିନେମା ଆପ୍ ବ୍ୟବହାର କରୁଥିଲେ, ସେମାନଙ୍କୁ ଏବେ ଜିଓ ହଟଷ୍ଟାର୍ ଆପ୍ କୁ ରି-ଡାଇରେକ୍ଟ କରିବାକୁ ପଡିବ । ସରଳ ଭାଷାରେ କହିବାକୁ ଗଲେ, ଏହାର ଅର୍ଥ ହେଉଛି ଯେ ଆପଣ ଜିଓ ସିନେମା ଆପରେ ଯେକୌଣସି ଭିଡିଓ ଉପରେ କ୍ଲିକ୍ କରିବା ମାତ୍ରେ, ଆପଣ ସିଧାସଳଖ ଜିଓ ହଟଷ୍ଟାର୍ ଆପ ଖୋଲିଯିବ ।
ଡିଜିନି ଷ୍ଟାର ନିଜର ‘ଏକ୍ସ’ ପେଜରେ ଏକ ଟିଜର କ୍ଲିପ୍ ସେୟାର କରିଛି, ଯେଉଁଥିରେ ଲେଖା ଅଛି ‘‘ଏକ ନୂଆ ଯୁଗର ଆରମ୍ଭ’’ । ଏହା ସହିତ ଏକ ଷ୍ଟାର୍ ଇମୋଜି ଏବଂ ‘‘ଦୁଇଟି ମନୋରଞ୍ଜନ ଦୁନିଆ ମିଳିତ ହେଲେ କ’ଣ ହେବ’’ ତାହା କ୍ୟାପସନ୍ ରେ ଲେଖାଯାଇଛି ।
ରେଡିଡ୍ ଏବଂ ଏକ୍ସ’ ରେ କିଛି ପୋଷ୍ଟରୁ ଜଣା ପଡିଛି ଯେ ଜିଓ ସିନେମା ସବସ୍କ୍ରିପସନ୍ ଅଟୋପେ’ ର ଆବଶ୍ୟକତାକୁ ଦୂର କରୁଛି । ଏମିତି ବି ହୋଇପାରେ ଜିଓ ସିନେମା ଆଉ ନୂଆ ସବସ୍କ୍ରାଇବର୍ ଯୋଡିବାକୁ ଚାହୁଁନାହିଁ, କାରଣ ଜିଓ ହଟଷ୍ଟାର୍ ଆସିବାକୁ ଯାଉଛି ।
Comments are closed.