ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଆମିଷରେ ମାଛ ଖାଇବାକୁ ପସନ୍ଦ କରନ୍ତି । ଏହା ସ୍ଵାସ୍ଥ୍ୟ ପାଇଁ ଅନେକ ହିତକର ମଧ୍ୟ ହୋଇଥାଏ । କାରଣ ମାଛରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । କିନ୍ତୁ ମାଛ ଖାଇବାବେଳେ, ଆପଣ ଧାନ ରଖିବା ଉଚିତ୍ ଯେ ଆପଣ ଖାଉଥିବା ମାଛ ବିଷାକ୍ତ କି ନୁହେଁ । ଆଜି ଆପଣଙ୍କୁ କିଛି ଏପରି ମାଛ ବିଷୟରେ କହିବୁ ଯାହା ବିଷାକ୍ତ । ଏପରିକି ଏହି ମାଛକୁ ଛୁଇଁଲେ ମଧ୍ୟ ଲୋକଙ୍କର ମୃତ୍ୟୁ ହୋଇଯାଏ । ଆସନ୍ତୁ ଜାଣିବା ସେପରି କିଛି ମାଛ ବିଷୟରେ…
ନୀଳ ରଙ୍ଗର ଅକ୍ଟୋପସ୍
ଦେଖିବାକୁ ଗଲେ ଭରତରେ ବହୁତ କମ୍ ଲୋକ ଅକ୍ଟୋପସ୍ ଖାଇଥା’ନ୍ତି । ତେବେ ଯଦି ଆପଣ ଅକ୍ଟୋପସ୍ ଖାଉଥା’ନ୍ତି ତେବେ ଏହି ନୀଳ ରଙ୍ଗର ଅକ୍ଟୋପସ୍ ଠାରୁ ଦୂରରେ ରୁହନ୍ତୁ । ଏହି ନୀଳ ରଙ୍ଗର ଅକ୍ଟୋପସ୍ ଦେଖିବାକୁ ଆକାରରେ ବହୁତ ଛୋଟ । କିନ୍ତୁ ସେମାନଙ୍କ ବିଷରେ ଟେଟ୍ରୋଡୋଟକ୍ସିନ ଥାଏ, ଯାହା ମଣିଷ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ । ଖାଇବା କଥା ଛାଡ ଏହି ଅକ୍ଟୋପସକୁ ଛୁଇଁବା ମାତ୍ରେ ହିଁ ଆପଣ ମୃତ୍ୟୁ ମୁହଁରେ ପଡିବେ ।
ଷ୍ଟୋନଫିସ୍
ଷ୍ଟୋନଫିସ୍ ଦୁନିଆର ସବୁଠାରୁ ବିଷାକ୍ତ ମାଛ ମଧ୍ୟରୁ ଗୋଟିଏ । ଏହାର ଶରୀର ଦେଖିବାକୁ ପଥର ପରି । ଏହି ପଥର ଖୋଳପା ଏହି ମାଛକୁ ଲୁଚାଇବାରେ ସାହାଯ୍ୟ କରେ । ଏହାର ପିଠିରେ ଥିବା ସ୍ପାଇକ୍ସରେ ଏକ ମାରାତ୍ମକ ବିଷ ଥାଏ । ଯଦି ଭୁଲରେ ବି ଆପଣ ଏହା ଉପରେ ପାଦ ପକେଇ ଦିଅନ୍ତି ବା ଖାଇଦିଅନ୍ତି, ତେବେ ଆପଣଙ୍କର ମୃତ୍ୟୁ ହୋଇପାରେ ।
ପଫର୍ ଫିସ୍
ପଫର ଫିସର ବିଷ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହି ବିଷକୁ ଟେଟ୍ରୋଡୋଟକ୍ସିନ କୁହାଯାଏ । ଯଦି ଏହି ବିଷ ଆପଣଙ୍କ ଶରୀରରେ ପ୍ରବେଶ କରେ, ତେବେ ଏହା ଆପଣଙ୍କ ସ୍ନାୟୁ ପ୍ରଣାଳୀକୁ ସମ୍ପୁର୍ଣ୍ଣ ଭାବରେ ଅଚଳ କରିଦିଏ । ଯେଉଁଥିପାଇଁ ଏହି ମାଛକୁ କେହି ଖା’ନ୍ତି ନାହିଁ । ଅବଶ୍ୟ, ଜାପାନରେ ପଫର୍ ଫିସ ଏକ ପାରମ୍ପାରିକ ଖାଦ୍ୟ, କିନ୍ତୁ ଏହା କେବଳ ତାଲିମପ୍ରାପ୍ତ ରୋଷେୟାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ।
କ୍ଲିପଫିସ୍
କ୍ଲିପଫିସ୍ ଦୁନିଆର ସବୁଠାରୁ ବିପଜ୍ଜନକ ମାଛ ମଧ୍ୟରୁ ଗୋଟିଏ । ଏହାକୁ ଉଡଫିସ୍ ମଧ୍ୟ କୁହାଯାଏ । ଏହି ମାଛ ଆଟଲାଣ୍ଟିକ୍ ମହାସାଗରରେ ମିଳିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଫିସକୁ ମଣିଷ ସହ ସମୁଦ୍ରରେ ରହୁଥିବା ଅନ୍ୟ ପ୍ରାଣୀମାନେ ମଧ୍ୟ ଭୟ କରନ୍ତି। ଯଦି ଏହି ମାଛ କାହାକୁ କାମୁଡ଼େ, ତେବେ ଏହାର ବିଷରେ ବିପଜ୍ଜନକ ଯନ୍ତ୍ରଣା ହେବା ସହ ଶରୀର ଫୁଲିଯାଏ । ଏପରିକି ମୃତ୍ୟୁ ମଧ୍ୟ ଘଟେ ।
Comments are closed.