Latest Odisha News

ମହୁ, ଆଳୁ ପରି ଏହି ଜିନିଷ ଗୁଡିକ ଫ୍ରିଜରେ ରଖିବା ମନା..

ଭୁବନେଶ୍ବର: ଖାଦ୍ୟ ସାମଗ୍ରୀକୁ ସତେଜ ଏବଂ ସୁରକ୍ଷିତ ରଖିବା ପାଇଁ ଫ୍ରିଜର ବ୍ୟବହୃତ ହୁଏ । ଭାରତୀୟ ଘରେ  ପ୍ରାୟ ସବୁ ଖାଦ୍ୟ ସାମଗ୍ରୀ ଫ୍ରିଜରେ  ରଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ପ୍ରତ୍ୟେକ ଖାଦ୍ୟ ପଦାର୍ଥକୁ ଫ୍ରିଜରେ ରଖିବା ଠିକ୍ ନୁହେଁ? କିଛି ଜିନିଷ ଅଛି ଯାହା ଫ୍ରିଜରେ ରଖାଗଲେ ସେମାନଙ୍କର ସ୍ୱାଦ ଓ ପୁଷ୍ଟିକର ଗୁଣ ନଷ୍ଟ ହୋଇଯାଏ ।

ଟମାଟୋ

ଥଣ୍ଡାରେ ଟମାଟୋର ପ୍ରାକୃତିକ ଆକୃତି ନଷ୍ଟ ହୁଏ । ଫ୍ରିଜରେ ରଖାଗଲେ ଟମାଟୋର ସ୍ୱାଦ ଫିକା ହୋଇଯାଏ । ତେଣୁ ଟମାଟୋକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ । ଟମାଟୋକୁ ଘରର ନର୍ମାଲ ତାପମାତ୍ରାରେ ରଖିବା ଉଚିତ୍ ।

ଆଳୁ

ଫ୍ରିଜରେ ଆଳୁ ରଖାଗଲେ, ଆଳୁର ଷ୍ଟ୍ରାଚ୍ ସୁଗରରେ ପରିଣତ ହୁଏ, ଯେଉଁ କାରଣରୁ ଏହାର ସ୍ୱାଦ ମିଠା ହୋଇଯାଏ । ତେଣୁ ଆଳୁକୁ କେବେବି ଫ୍ରିଜରେ ରଖିବା ଉଚିତ୍ ନୁହେଁ । ଆଳୁକୁ ରୋଷେଇ ଘରେ ଥଣ୍ଡା ଏବଂ ଶୁଖିଲା ସ୍ଥାନରେ ରଖିବା ଉଚିତ୍ ।

ପିଆଜ
ପିଆଜକୁ ଫ୍ରିଜରେ ରଖିଲେ ସେଥିରେ ଆର୍ଦ୍ରତା ସୃଷ୍ଟି ହୁଏ, ଫଳରେ ଶୀଘ୍ର ନଷ୍ଟ ହୋଇଯାଏ । ଏହି କାରଣରୁ ଫ୍ରିଜରେ ପିଆଜକୁ ରଖିବା ମନା । ଭଲ ଭେଣ୍ଟିଲେସନ୍ ଥିବା ସ୍ଥାନରେ ପିଆଜ ରଖନ୍ତୁ ।

ବ୍ରେଡ

ସାଧାରଣତଃ ସମସ୍ତେ ବ୍ରେଡକୁ ଫ୍ରିଜରେ ରଖନ୍ତି ଫଳରେ ଏହା ବେଶୀ ଦିନ ରହିବ। କିନ୍ତୁ ଏହା କରିବା ଠିକ୍ ନୁହେଁ। ଫ୍ରିଜରେ ବ୍ରେଡ ରଖିବା ଦ୍ୱାରା ଏହା ଶୀଘ୍ର ଶୁଖିଯାଏ ଏବଂ ଟାଣ ହୋଇଯାଏ, ଏବଂ ବ୍ରେଡରର ସ୍ୱାଦ ଏବଂ ସତେଜତା ମଧ୍ୟ ନଷ୍ଟ ହୋଇଯାଏ । ବ୍ରେଡକୁ ସାଧାରଣ ତାପମାତ୍ରାରେ ଏକ ଏୟାରଟାଇଟ୍ ପାତ୍ରରେ ରଖନ୍ତୁ ।

ମହୁ

ଅନେକ ଲୋକ ମହୁକୁ ଫ୍ରିଜରେ ରଖି ଏହାକୁ ବ୍ୟବହାର କରନ୍ତି । କିନ୍ତୁ ଫ୍ରିଜରେ ମହୁ ରଖିଲେ ତାହା ବସି ଯାଏ । ତେଣୁ ମହୁକୁ ପ୍ରିଜରେ ରଖିବା କଥା ନୁହେଁ । ମହୁର ପ୍ରାକୃତିକ ଗୁଣ ରହିଛି ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ । ତେଣୁ ଏହାକୁ କେବଳ ଘରର ନର୍ମାଲ ତାପମାତ୍ରାରେ ରଖନ୍ତୁ ।

 

 

 

Leave A Reply

Your email address will not be published.