Latest Odisha News

ଆସନ୍ତୁ ଜାଣିବା ରିହାନଙ୍କ ଟୁଇଟ ନେଇ କାହିଁକି ରାଗିଗଲେ ପ୍ରଜ୍ଞାନ

ଭୁବନେଶ୍ୱର:କେନ୍ଦ୍ର ସରକାର କୃଷି ନିୟମକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି । ବଲିଉଡ ଅଭିନେତାଙ୍କ ପରେ ଏବେ ହଲିଉଡର କେତେକ କଳାକାର ଏଥିରେ ମୁଣ୍ଡ ପୂରାଇବା ସହ ମନ୍ତବ୍ୟ ନେଇଛି । ପପ୍ ଷ୍ଟାର ରିହାନା ଏ ନେଇ ଟୁଇଟ କରିଛନ୍ତି । ତେବେ ଏହି ଟୁଇଟ ନେଇ ଭାରତ ପକ୍ଷରୁ କ୍ରିକେଟ ଖେଳିଥିବା ଓଡିଶାର ପ୍ରଜ୍ଞାନ ଓଝା ରାଗି ଯାଇଛନ୍ତି ।

ସେ ରିହାନାଙ୍କ ମନ୍ତବ୍ୟ ନେଇ ଲେଖିଛନ୍ତି, ଆମ ଦେଶ ଚାଷୀଙ୍କ ପାଇଁ ଗର୍ବିତ । ସମସ୍ତେ ଜାଣିଛୁ ସେମାନେ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ସରକାର ଖୁବ୍ ଶୀଘ୍ର ଏହାର ସମାଧାନ କରିବେ । ଆମ ଘରୋଇ ମାମଲାରେ କେହି ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ । କଙ୍ଗନା ରାନାୱତଙ୍କ ପରେ ପ୍ରଜ୍ଞାନ ଖୋଲାଖୋଲି ଭାବେ ରିହାନଙ୍କୁ କଡଳ ଜବାବ ଦେଇଛନ୍ତି ।

Leave A Reply

Your email address will not be published.