Latest Odisha News

ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କୁ ପୁଣି ପଠାଇଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ:ଯେଉଁମାନଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଫେରିବାକୁ ପଡିବ । ଭାରତ ପଡୋଶୀ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟାଙ୍କ ସହ ଜଡିତ ଏକ ପ୍ରଶ୍ନ ଉପରେ ଗୃହ ମନ୍ତ୍ରାଳୟ ଏହା କହିଛନ୍ତି । ବଜେଟ ଅଧିବେଶନ ସମୟରେ ସାଂସଦ କିରୋଡ଼ି ଲାଲ ମିଣାଙ୍କ ପ୍ରଶ୍ନରେ ରାଜ୍ୟସଭାରେ ଗୃହ ମନ୍ତ୍ରାଳୟ କହିଛନ୍ତି ଯେ ଏହି ନିୟମ ଅନୁଯାୟୀ, ୨୦୧୪ ମସିହାରେ ଓ ୨୦୧୯ ମସିହାରେ ସବୁ ରାଜ୍ୟର ରୋହିଙ୍ଗ୍ୟାଙ୍କୁ ଫେରାଇବାକୁ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି ।

କୁହାଯାଇଛି ଯେ ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କୁ ପୁଣି ଫେରି ଯିବାକୁ ନିର୍ବାସନ ପ୍ରତ୍ୟର୍ପଣ ନିୟମ ଅନୁସାରେ ଆଦେଶ ଦିଆଯାଇଛି । ରୋହିଙ୍ଗ୍ୟା ଜାମ୍ମୁକାଶ୍ମୀର, ତେଲେଙ୍ଗାନା, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ କେରଳରେ ରହୁଛନ୍ତି । ମନ୍ତ୍ରାଳୟ କହିଛନ୍ତି ଯେ ଏମାନଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନାହିଁ । ସେଥିପାଇଁ ସ୍ପଷ୍ଟ ଭାବେ ଅବୈଧ ତରିକାରେ ରହୁଥିବା ରୋହିଙ୍ଗ୍ୟାଙ୍କ ସଂଖ୍ୟା ନିର୍ଦ୍ଧାରିତ କରାଯାଇ ପାରିବନାହିଁ ।

Leave A Reply

Your email address will not be published.