Latest Odisha News

ରବିବାର ରାତି ୯ ରେ ଲାଇଟ୍ ବନ୍ଦ ରଖିବା ବେଳେ କାହିଁକି ଅନ୍ୟ ସୁଇଚ୍ ବନ୍ଦ କରିବା ନାହିଁ, ଜାଣନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ ଅନୁଯାୟୀ ରବିବାର ୫ ତାରିଖ ରାତି ୯ଟା ଠାରୁ ୯ଟା ୯ ପର୍ଯ୍ୟନ୍ତ ଦେଶବାସୀ ଘରର ସମସ୍ତ ଲାଇଟ୍ ସୁଇଚ୍ ବନ୍ଦ କରି ଦୀପ ବା ମହମବତୀ ଜଳାଇବେ । ଏକ ସମୟରେ ଏହା ହେଉଥିବା ଯୋଗୁଁ ବିଦ୍ୟୁତ୍ ସରବରାହରେ ବିଭ୍ରାଟ ଘଟିବାର ଆଶଙ୍କା କରି ରାଜ୍ୟ ସରକାର ଲାଇଟ୍ ସୁଇଚ୍ ବନ୍ଦ କରିବା ବ୍ୟତୀତ ଅନ୍ୟ ସୁଇଚ୍ ବନ୍ଦ ନକରିବାକୁ ଅନୁରୋଧ କରିଛନ୍ତି । ଲାଇଟ୍ ସୁଇଚ୍ କୁ ଛାଡ଼ି ଅନ୍ୟ ଆବଶ୍ୟକୀୟ ସୁଇଚ୍ ବନ୍ଦ ନକରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

“ଏକ ସମୟରେ ସମସ୍ତ ଲାଇଟ/ସୁଇଚ୍ ଅନ୍ କିମ୍ବା ଅଫ କରନ୍ତୁ ନାହିଁ ।” ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ।

ଏହି ସମୟରେ ହଠାତ୍ ଲୋଡ୍ ବଢିବାର କିମ୍ବା କମିଯିବାର ସମ୍ଭାବନା ରହିଛି । ଏପରିକି ଆମ ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଦ୍ୟୁତ୍ ବିଭ୍ରାଟ ହେବାର ସମ୍ଭାବନା ରହିଛି । ଏହା ନହେବାକୁ ବିଦ୍ୟୁତ ବିଭାଗ ରାଜ୍ୟ ଏବଂ ଦେଶ ସ୍ତରରେ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ।

ବିଦ୍ୟୁତ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ରବିବାର ସଂଧ୍ୟା ୯ଟା ଠାରୁ ୯ଟା ୦୯ ପର୍ଯ୍ୟନ୍ତ କେବଳ ଲାଇଟ୍ ସୁଇଚ୍ ବନ୍ଦ କରନ୍ତୁ । ଅନ୍ୟ କୌଣସି ସୁଇଚ୍ ବନ୍ଦ କରନ୍ତୁ ନାହିଁ । ଏପରିକି ମେନ ସୁଇଚ୍ ମଧ୍ୟ ବନ୍ଦ କରନ୍ତୁ ନାହିଁ । ଏକାସହିତ ସମସ୍ତ ଲାଇଟ୍ ବନ୍ଦ ନକରି କିଛି ସମୟ ବ୍ୟବଧାନରେ ଲାଇଟ୍ ଗୁଡ଼ିକର ସୁଇଚ୍ ବନ୍ଦ କରିବାକୁ ବିଦ୍ୟୁତ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Comments are closed.