Latest Odisha News

କଳାହାଣ୍ଡିରେ ଚିହ୍ନଟ ହେଲେ ରାଜ୍ୟର ୨୧ତମ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଆଉଜଣେ ନୂଆ କରୋନା ରୋଗୀ ଆଜି ଚିହ୍ନଟ ହୋଇଛିନ୍ତି । ଏଥିସହିତ ଓଡିଶାରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି । କୌଣସି ଲକ୍ଷଣ ନଥିବା କଳାହାଣ୍ଡିର ୨୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ନିକଟରେ ବାହାରିନ୍‌ରୁ ଓଡିଶା ଫେରିଥିବା ଜଣାପଡିଛି ।

ଆଜି ଆସିଥିବା ୩୦୪ ବ୍ୟକ୍ତିଙ୍କ ସ୍ୱାବ୍ ନମୁନା ପରୀକ୍ଷଣ ରିପୋର୍ଟ ମଧ୍ୟରୁ ଏହି ଜଣେ ମାତ୍ର ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ୧୫ ଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଚାରିଗୁଣ ବୃଦ୍ଧି ପାଇ ୨୦ ରେ ପହଞ୍ଚିଥିଲା ।

Leave A Reply

Your email address will not be published.