Latest Odisha News

ଦୀପ ଜାଳିବା ବେଳେ ଆଲକୋହଲଯୁକ୍ତ ସାନିଟାଇଜର୍ ବ୍ୟବହାର କରନ୍ତୁ ନାହିଁ: ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯ଟାରେ ସ୍ୱେଚ୍ଛାକୃତ ଭାବେ ଦୀପ, ମୋବାଇଲ୍ ଫୋନ, ଟର୍ଚ୍ଚଲାଇଟ୍ କିମ୍ବା ମହମବତୀ ଜଳାଇବାକୁ ଅନୁରୋଧ କରିଛନ୍ତି ।

http://www.dreamstime.com/royalty-free-stock-photography-hands-holding-diwali-lamps-female-traditional-earthen-lit-up-line-festival-india-image41142897

କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିବା ସହିତ ଐକ୍ୟ ଭାବନା ନେଇ ନିଜ ନିଜ ଘର ବାଲକୋନୀ ବା ଦୁଆର ନିକଟରେ ଦୀପ ଜଳାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଋବିବାର ରାତିରେ ଦୀପ ଜଳାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । “ଦେଶବାସୀ ଦୀପ କିମ୍ବା ମହମବତୀ ଜଳାଇବା ସମୟରେ ଯେପରି ହାତରେ ଆଲକୋହଲଯୁକ୍ତ ସାନିଟାଇଜର୍ ନଲଗାଇଥିବେ ସେଥିପ୍ରତି ସତର୍କ ରହିବା ଉଚିତ୍ ।” ଏହିପରି ପ୍ରସାର ଭାରତୀ ନ୍ୟୁଜ୍ ସର୍ଭିସରେ ଟ୍ୱିଟ୍ ମାଧ୍ୟମରେ ସରକାର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.