Latest Odisha News

BREAKING NEWS

ଷଷ୍ଠ ରିପୋର୍ଟ ନେଗେଟିଭ୍‌; କରୋନା କବଳରୁ ମୁକୁଳିବେ କନିକା !

ଲଖ୍ନୌ: ବଲିଉଡ ସିଙ୍ଗର କନିକା କାପୁରଙ୍କ ପ୍ରଥମ ୫ଟି ରିପୋର୍ଟ ପଜିଟିଭ ବାହାରିଥିଲା । ଶେଷରେ ତାଙ୍କର ୬ଷ୍ଠ ରିପୋର୍ଟ ନେଗେଟିଭ ବାହାରିଛି । ହେଲେ ବି ଘରକୁ ଯ।ଇପାରିବେନି ବେବି ଡଲ୍ ଫେମ୍ ସିଙ୍ଗର ।

କନିକାଙ୍କ ପ୍ରଥମ ଟେଷ୍ଟ ଘରେ ହୋଇଥିବାବେଳେ ଅନ୍ୟ ସମସ୍ତ ୪ଟି ଟେଷ୍ଟ PGI ହସ୍ପିଟାଲରେ ହୋଇଛି । ଏହି କାରଣରୁ ଅଫିସିଆଲି ତାଙ୍କର ଟେଷ୍ଟ ସଂଖ୍ୟାକୁ ୫ମ ବୋଲି ଧରାଯାଇଛି ।

ନ୍ୟୁଜ ଏଜେନ୍ସି ଏ ଏନଆଇ ରିପୋର୍ଟ ଅନୁସାରେ କନିକାଙ୍କର ୫ମ ରିପୋର୍ଟ ନେଗେଟିଭ ବାହାରିଥିଲେ ବି ଆଉ ଏକ ରିପୋର୍ଟ ନେଗେଟିଭ ବାହାରିବା ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରେ ରହିବାକୁ ପଡିବ ।

ମାର୍ଚ୍ଚ ୯ରେ ସେ ଲଣ୍ଡନରୁ ଫେରିଥିଲେ । ୨୦ରେ ତାଙ୍କ ରିପୋର୍ଟ ପଜିଟିଭ ବାହାରିବା ପରଠୁ ସେ ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ରେ ଭର୍ତ୍ତି ଅଛନ୍ତି ।

Leave A Reply

Your email address will not be published.